କାରକୁ ଧକ୍କା ଦେଇ ଗଛକୁ ପିଟିଲା ବାଇକ: ବାଇକ ଆରୋହୀ ମୃତ

ମୋହନା(ଓ୍ବାଇଏନଏସ): କାର କୁ ଧକ୍କା ପରେ ଗଛକୁ ପିଟି ହୋଇ ବାଇକ ଚାଳକ ଙ୍କୁ  ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ଆର.ଉଦୟଗିରି ହାଇସ୍କୁଲ ସାମ୍ନାରେ ରେ ।  ମୃତ ଯୁବକ ଜଣକ ହେଲେ  ସୁଣ୍ଡୁରୁବା ଗାଁର  ପ୍ରିୟ ରଞ୍ଜନ ରଇତ । ସୂଚନା ପ୍ରକାରେ ଆର.ଉଦୟଗିରି ହାଇସ୍କୁଲ ସାମ୍ନାରେ  ହାଇସ୍କୁଲ ର ଜଣେ ଶିକ୍ଷକ ଜଣକ ସ୍କୁଲ ଭିତରକୁ କାର ବୁଲାଇବା ସମୟରେ ବାଇକ ଚାଳକ ଦୃତ ଗତିରେ ଆସି କାର କୁ ପଛପଟୁ ଧକ୍କା ଦେଇ ଗଛକୁ ପିଟି ହୋଇଥିଲା । ଫଳରେ ମୁଣ୍ଡକୁ ଗଭୀର ଆଘାତ ଲାଗି ରକ୍ତସ୍ରାବ ହୋଇ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି । ଘଟଣା ସ୍ଥଳରେ ଆର.ଉଦୟଗିରି ପୋଲିସ ପହଞ୍ଚି ତଦନ୍ତ ଜାରି ରଖିବା ସହ ଉଭୟ ଗାଡ଼ିକୁ ଜବତ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ