ଗଛକୁ ପିଟିଲା ବାଇକ: ଚାଳକ ମୃତ ୨ ମହିଳା ଗୁରୁତର

ମୁନିଗୁଡ଼ା,(ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ବୋରିଖାଲ ଛକ ନିକଟରେ ସୋମବାର ଗୋଟିଏ ବାଇକ ଗଛକୁ ପିଟିଦେବା ଫଳରେ ଘଟଣାସ୍ଥଳରେ ବାଇକ ଚାଳକ ମୃତ୍ୟବରଣ କରିଥିବା ବେଳେ ବାଇକରେ ବସିଥିବା ୨ ଜଣ ମହିଳା ଗୁରୁତର ଆହାତ ହୋଇଥିବା ଜଣାପଡିଛି । ମୃତ୍ୟୁବରଣ କରିଥିବା ବ୍ୟକ୍ତି ଜଣଙ୍କ ହେଲେ ମେଘ ବଡସେଠ । ଗୁରୁତର ଆହତ ଦୁଇ ଜଣ ମୃତକଙ୍କ ସ୍ତ୍ରୀ ଆମ୍ବା ବଡସେଠ ଓ ଅନ୍ୟ ଜଣେ ମହିଳା ସୁନାମା ପଲକିଆ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ମେଘ ବଡ଼ସେଠ ତାଙ୍କ ସ୍ତ୍ରୀ ଓ ଅନ୍ୟ ଜଣେ ମହିଳାଙ୍କ ସାଥିରେ କିଛି ଔଷଧ ପାଇଁ ମୁନିଗୁଡା ବ୍ଲକ ଅମ୍ବାଦଳାରୁ କନ୍ଦମାଳ ଜିଲ୍ଲାର ସୁବର୍ଣ୍ଣଗିରି ଯାଉଥିବା ବେଳେ ଭାରସାମ୍ୟ ହରାଇ ବୋରିଖାଲ ନିକଟରେ ଏକ ଗଛରେ ପିଟି ହୋଇ ଯାଇଥିଲେ। ଘଟଣା ସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଯାଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଗୁରୁତରଙ୍କୁ ଉଦ୍ଧାର କରି ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଥିବା ବେଳେ ଗୋଷ୍ଠୀ ସ୍ୱାସ୍ଥ୍ୟ ଡାକ୍ତର ଉଭୟଙ୍କୁ ପ୍ରାଥମିକ ଚିକିତ୍ସା କରିଥିଲେ, ଦୁଇ ଜଣଙ୍କ ଅବସ୍ଥା ଅଧିକ ଗୁରୁତର ଥିବାରୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରି ଦେଇଥିବା ଜଣାପଡିଛି। ମୃତ ମେଘ ବଡ଼ସେଠ ଓ ଗୁରୁତର ଆମ୍ବା ବଡ଼ସେଠ ଉଭୟ କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ସୁବର୍ଣ୍ଣଗିରିର ବୋଲି ଜଣାପଡ଼ିଥିବା ବେଳେ ଅନ୍ୟ ଗୁରୁତର ଜଣଙ୍କ ଅମ୍ବାଦଳା ଥାନା ବଡ଼ସାହିର ସୁନାମା ପଲକିଆ ବୋଲି ଜଣାପଡିଛି। ଘଟଣା ସ୍ଥଳରେ ମୁନିଗୁଡା ପୋଲିସ ପହଁଚି ମୃତ ଦେହ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବା ଜଣାପଡିଛି । ମୁନିଗୁଡା ପୋଲିସ ଘଟଣାରେ ଅଧିକା ତଦନ୍ତ କରୁଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ