ବାଇକ ସ୍କୁଟି ମୁହାଁମୁହିଁ ଧକ୍କା : ଜଣେ ମୃତ, ଏକାଧିକ ଆହତ
ଚିକିଟି (ଦୀପ୍ତି ରଞ୍ଜନ ପାଢ଼ୀ ):କେ.ନୂଆଗାଁ ଥାନା ଅନ୍ତର୍ଗତ ବାହାନପତି ଓଳପୁର ମଧ୍ୟରେ ବାଇକ ଓ ସ୍କୁଟି ମୁହାଁ ମୁହିଁ ଧକ୍କା ହୋଇ ଜଣେ ଯୁବତୀ ଙ୍କ ମୃତ୍ୟୁ ଘଟିଛି.ମୃତକ ଜଣକ ହେଉଛନ୍ତି ସୁବର୍ଣ୍ଣପୁର ଗ୍ରାମ ର ପୂଜା ସାହୁ.ପୂଜା ନିଜ ମାଉସୀ ସସ୍ମିତା ସାହୁ ଙ୍କ ସହ ଚିକିଟି ଅଭିମୁଖେ ଯିବା ବେଳେ ବିପରୀତ ଦିଗ ରୁ ପଲସର ବାଇକ ସହ ମୁହାଁ ମୁହିଁ ହୋଇଥିଲା। ବାଇକ ରେ ବସିଥିବା ଛୋଟ ସାତ ବର୍ଷୀୟ ଛୁଆ ବିଶାଲ ଙ୍କ ସମେତ ପବିତ୍ର ବେହେରା,ରୁକ୍ମିଣୀ ବେହେରା,ଭାଗ୍ୟବତୀ ବେହେରା ମଧ୍ୟ ଆହତ ହୋଇଥିଲେ। ସମସ୍ତ ଙ୍କୁ ଆମ୍ବୁଲାନ୍ସ ଆସିବା ରେ ବିଳମ୍ବ ହେବାରୁ ବିକଳ୍ପ ବ୍ୟବସ୍ଥା କରି ଚିକିଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନେବା ବ୍ୟବସ୍ଥା କରାଯାଇଥିଲା.ମେଡିକାଲ ରେ ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା,ସାଂସଦ ପ୍ରତିନିଧି ମୀନା ଦ୍ୟାନ ସାମନ୍ତରା,ତହସିଲଦାର ବିଶ୍ୱ ରଞ୍ଜନ କଁହର,ଥାନା ଅଧିକାରୀ ବିଶ୍ୱଜିତ ମହାପାତ୍ର ଆହତ ଛଅ ଜଣ ଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ଼ ମେଡିକାଲ ନେବା ବ୍ୟବସ୍ଥା କରିଥିଲେ.ପୂଜା ଙ୍କ ରାସ୍ତା ରେ ମୃତ୍ୟୁ ହୋଇଯାଇଥିବା ସୂଚନା ରହିଛି। ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବା ଯୋଗୁଁ ମେଡିକାଲ ରେ ସାମୟିକ ପ୍ରତିକ୍ରିୟା ପ୍ରକାଶ ପାଇଥିଲା।


