୧୮ କିଲୋ ଗଞ୍ଜେଇ ସହ ବାଇକ ଜବତ, ଜଣେ ଗିରଫ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର ମୋହନା ଅବକାରୀ ବିଭାଗ ଦ୍ୱାରା ଧରାପଡିଛି ଗଞ୍ଜେଇ ମାଫିଆ | ଶୁକ୍ରବାର ଦିନ ସ୍ଥାନୀୟ ଅବକାରୀ ବିଭାଗ କର୍ମଚ଼ାରୀ ଅଡ଼ବା ଥାନା ଅନ୍ତର୍ଗତ ଚୁଡ଼ଙ୍ଗପୁର ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ରା.ଉଦୟଗିରି ଅବକାରୀ ନିରୀକ୍ଷକ ମନୁ ଆୟଲଙ୍କ ନେତୃତ୍ୱରେ ମୋହନା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଦଣ୍ଡ ଶବର ଓ କର୍ମଚାରୀ ସନ୍ଦେହରେ ଏକ ବାଇକ(ଓଡ଼ି୦୭ଏ୨୯୨୩) କୁ ଚୁଡ଼ଙ୍ଗପୁର ଛକ ନିକଟରେ ଅଟକାର ଯାଞ୍ଚ କରିବାବେଳେ ଗାଡ଼ିରେ ଏକ ଜରି ବ୍ୟାଗରେ ରହିଥିବା ୧୮ କିଲୋ ଗଞ୍ଜେଇ ଧରା ପଡିଥିଲା। ଯାହାର ଆନୁମାନିକ ବଜାର ମୂଲ୍ୟ 2 ଲକ୍ଷ ଟଙ୍କା ହେବ। ସୂଚନା ପ୍ରକାରେ ଅଡ଼ବା ଥାନା ଅନ୍ତର୍ଗତ କେଶରୀଗୁଡ଼ା ଗ୍ରାମର ମାଥିସ ଲିମା ଏକ ବାଇକରେ ଚୁଡ଼ଙ୍ଗପୁର ଅଞ୍ଚଳରୁ ଗଞ୍ଜେଇ ସଂଗ୍ରହ କରି କେଶରୀଗୁଡା ନିଜ ଗାଁକୁ ଯିବା ସମୟରେ ଅବକାରୀ ବିଭାଗ ତାକୁ ଧରିବା ସହ ବାଇକକୁ ମଧ୍ୟ ଜବତ କରିଥିଲେ. ଆସାମୀକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି.


