ବାଇକ୍ ସହ ଗଞ୍ଜେଇ ଜବତ: ଜେଲ ଗଲା ଅଭିଯୁକ୍ତ

ଦିଗପହଣ୍ଡି, (ଅଳକ ନାଥ ମିଶ୍ର) : ଦିଗପହଣ୍ଡି – ବ୍ରହ୍ମପୁର ମୂଖ୍ୟ ରାସ୍ତାର କୃଷି ବିଭାଗ କାର୍ଯ୍ୟାଳୟ  ନିକଟରେ ଜଣେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଯୁବକ ଙ୍କୁ ଶୁକ୍ରବାର ମଧ୍ୟାହ୍ନ ପ୍ରାୟ ୧୨ ଟାରେ ଚିକିଟି ଅବକାରୀ ଇନ୍ସପେକ୍ଟର ସଞ୍ଜୟ କୁମାର ପଣ୍ଡା ଗିରଫ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ଗଜପତି ଜିଲା ମୋହନା ଥାନା  ପାନାଗୁଡା ଗ୍ରାମର ରାଜୁ ବୀର।ସେ ଏକ ହିରୋ ସ୍ପ୍ଲେଣ୍ଡର ବାଇକ୍ ନଂ. (ଓଡି୨୦ ବି ୫୫୬୬) ଯୋଗେ ମୋହନା ରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ବେଳେ  ସୂଚନା ପାଇ ଚିକିଟି ରେଞ୍ଜ ଅବକାରୀ ଇନ୍ସପେକ୍ଟର ଙ୍କ ଉପସ୍ଥିତିରେ ଅବକାରୀ ଏଏସଆଇ ଏନ୍. ତ୍ରିପତି, କନେଷ୍ଟବଳ ପ୍ରଫୁଲ୍ଲ କୁମାର ବେହେରା, ବଳରାମ ପାତ୍ର, ରାଜେଶ ଜେନା, ସେକ୍ ରାଜେଶ ଉଦ୍ଦିନ, ପୃଥ୍ୱୀରାଜ ସ୍ବାଇଁ , ଆଲଫଲତା ସାହୁ ତାଙ୍କୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ବାଇକରୁ ୨୪ କେଜି ଗଞ୍ଜେଇ ବାହାରିବା ପରେ ବାଇକ୍ ଏବଂ ଗଞ୍ଜେଇ ସହ ଏକ ମୋବାଇଲ ଫୋନକୁ ମଧ୍ୟ ଜବତ କରାଯାଇଥିଲା ।ପରେ ଅଭିଯୁକ୍ତକୁ ଗିରଫ କରାଯାଇ ଅବକାରୀ ମାମଲା ନଂ.୬୬/୨୫-୨୬ ଅନୁଯାୟୀ ବ୍ରହ୍ମପୁର ସ୍ଥିତ ଜିଲା ଜଜ କୋର୍ଟକୁ ଚାଲାଣ କରାଯାଇଥିବା ବେଳେ ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି। ଚଢ଼ାଉ ସମୟରେ ଏଏସଆଇ ଏନ୍. ତ୍ରିପତି, କର୍ମଚାରୀ ପ୍ରଫୁଲ୍ଲ କୁମାର ବେହେରା, ବଳରାମ ପାତ୍ର, ରାଜେଶ ଜେନା, ସେକ୍ ରାଜେଶ ଉଦ୍ଦିଷ୍ଟ, ପୃଥ୍ୱୀରାଜ ସ୍ବାଇଁ ପ୍ରମୁଖ ସାମିଲ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ