ସୁନ୍ଦରାପାଳ ଛକରୁ ବାଇକ ଚୋରୀ, ଚୋକୁ ଧରି ପୁଲିସ ଜିମା ଦେଲେ ଲୋକେ
ହାଟଡିହି (ବିକାଶ ବିଶ୍ବାଳ): ସୁନ୍ଦରାପାଳ ଛକରୁ ଗତକାଲି ଅପରାହ୍ନରେ ଏକ ବାଇକ ଚୋରୀ ହୋଇ ଥିବା ବେଳେ ଆଜି ସ୍ଥାନୀୟ ଲୋକମାନେ ବାଇକ୍ ଚୋରକୁ ଧରି ପୁଲିସ ଜିମା ଦେଇଛନ୍ତି। ଝଣଝଣା ଗ୍ରାମର ସୁଶାନ୍ତ ଦେହୁରୀ ନାମକ ଜଣେ ଯୁବକ ବାଇକ ଧରି ସୁନ୍ଦରାପାଳ ଛକକୁ ଆସିଥିବା ବେଳେ କେହି ତାଙ୍କ ବାଇକଟି ନେଇଯାଇଥିଲା। ଅନେକ ଖୋଜା ଖୋଜି କରିବା ପରେ ସେହି ସୁନ୍ଦରାପାଳ ଗ୍ରାମର ବାସୁ ମୁର୍ମୁ ନାମକ ଜଣେ ବ୍ୟକ୍ତି ତାଙ୍କ ବାଇକ ନେଇଯାଇଥିବା ଜାଣିବାକୁ ପାଇଲେ। ପରିବାର ଲୋକେ ଅନେକ ଖୋଜାଖୋଜି କରିବା ପରେ ତାକୁ ଢ଼େଙ୍କା ନିକଟରୁ ପାଇ ତା ପାଖରୁ ମୋପେଡ଼ ବାଇକକୁ ଜବଦ କରିଥିଲେ। ପରେ ତାକୁ ସୋସୋ ପୁଲିସ ଜିମା ଦେଇଛନ୍ତି।