ବିନ୍ଧାଣି ଦଣ୍ଡଧର ସାହୁଙ୍କ ପରଲୋକ
ହାଟଡିହି (ଓ୍ବାଇଏନଏସ) ହାଟଡିହି ବ୍ଲକ ଜମ୍ଭୀରା ଗ୍ରାମର ଦଣ୍ଡଧର ସାହୁଙ୍କର ୮୫ବର୍ଷ ବୟସରେ କଟକ ବଡ଼ ମେଡ଼ିକାଲରେ ପରଲୋକ ହୋଇଯାଇଛି । ତାଙ୍କର ମୃତ୍ୟୁରେ ଗ୍ରାମ ତଥା ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେ ଜମ୍ଭୀରା ଗ୍ରାମର ନବନିର୍ମାଣର ପ୍ରମୁଖ ବିନ୍ଧାଣି ଥିଲେ । ସେ ବାଙ୍ଗୋର ଗ୍ରାମରୁ ବାଲ୍ୟଶିକ୍ଷା ଶେଷ କରି ଭଦ୍ରକ ମହାବିଦ୍ୟାଳୟରୁ ବି.କମ.ରେ ସ୍ନାତକ କରି ରାଜସ୍ୱ ବିଭାଗରେ କାର୍ଯ୍ୟ କରି ସେଟଲମେଣ୍ଟ ଅଫିସର ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ । ଚାକିରି ଜିବନରେ ସେ ଗ୍ରାମରେ ଗ୍ରାମଦେବୀ ପିଠରେ ଚଣ୍ଡୀମାତା ମନ୍ଦିର ପ୍ରତିଷ୍ଠା କରିଥିଲେ, ଏବଂ ନିଜସ୍ଵ ଉଦ୍ୟମରେ ଗ୍ରାମରେ ନିଜ ଜମି ଦାନକାରି ପିତାଙ୍କ ନାରେ ବଳଭଦ୍ର ପ୍ରାଥମିକ ବିଦ୍ୟାଳୟ ଓ ସ୍ତ୍ରୀଙ୍କ ନାମରେ ଆଶା ଦେବୀ ଉଚ୍ଚବିଦ୍ୟାଳୟ ପ୍ରତିଷ୍ଠା କରି ଶିକ୍ଷାକ୍ଷେତ୍ରରେ ମାଇଲଖୁଣ୍ଟ ପ୍ରତିଷ୍ଠା କରିଛନ୍ତି । ଏବଂ ତତ୍ସହିତ ଗ୍ରାମକୁ ବିଜୁଳି,ଓ ଟେଲିଫୋନ ସଂଯୋଗ ସହ ଗାଁ ରାସ୍ତା ପ୍ରଶସ୍ତିକରଣ ଓ ସ୍ଥାୟୀ ରାସ୍ତା ନିର୍ମାଣ କରାଇଥିଲେ । ଜମ୍ଭୀରାକୁ ନୁତନ ପଞ୍ଚାୟତ ଗଠନ ଓ ପଞ୍ଚାୟତ କାର୍ଯ୍ୟାଳୟ ଜମ୍ଭୀରାରେ ସ୍ଥାପନ କରିବାରେ ତାଙ୍କର ଭୂମିକା ଶୀର୍ଷରେ ରହିଛି । ଅବସର ପରେ ତାଙ୍କ ସ୍ତ୍ରୀ ଆଶାଳତାଙ୍କୁ ଜମ୍ଭୀରା ପଞ୍ଚାୟତବାସୀ ଦଳମତ ନିର୍ବିଶେଷରେ ପଞ୍ଚାୟତ ସରପଞ୍ଚ ପଦରେ ବିନା ଖର୍ଚରେ ନିର୍ବାଚିତ କରାଇଥିଲେ । ସରପଞ୍ଚ ପ୍ରତିନିଧି ଭାବରେ ଗ୍ରାମରେ ସେ ବହୁ ଉନ୍ନତିମୂଳକ କାର୍ଯ୍ୟ କରାଯାଇଛନ୍ତି। ତାଙ୍କର ମର ଶରୀରକୁ ଗ୍ରାମକୁ ଅଣାଯିବା ପରେ ଗ୍ରାମ ପରିକ୍ରମା କରିବା ସହ ସେ ପ୍ରତିଷ୍ଠା କରିଥିବା ଉଚ୍ଚବିଦ୍ୟାଳୟକୁ ଅଣାଯାଇ ବିଦ୍ୟାଳୟର ଶିକ୍ଷକ , କର୍ମଚାରୀ ଓ ଛାତ୍ରଛାତ୍ର ଓ ପରିଚାଳନା କମିଟିର ସଭାପତି ଓ ପୂର୍ବତନ ସଭାପତି ଶ୍ରୀଯୁକ୍ତ ବାଳକୃଷ୍ଣ ରାଉତଙ୍କ ଉପସ୍ଥିତିରେ ସମସ୍ତେ ପୁଷ୍ଣମାଲ୍ୟ ଅର୍ପଣ କରିଥିଲେ। ବଳଭଦ୍ର ପ୍ରାଥମିକ ବିଦ୍ୟାଳୟ ଓ ଆଶା ଦେବୀ ଉଚ୍ଚବିଦ୍ୟାଳୟରେ ଏକ ଶୋକସଭା କରାଯାଇ ନିରବ ପ୍ରାର୍ଥନା କରାଯାଇଥିଲା । ଶେଷରେ ତାଙ୍କ ବଗିଚାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ସାନପୁଅ ମୃତ୍ୟୁଞ୍ଜୟ ସାହୁ ମୁଖାଗ୍ନି ଦେଇଥିବା ବେଳେ ବଡ଼ ପୁଅ ରବିନ୍ଦ୍ର ସାହୁ, ବୋହୁ ରଶ୍ମି ରେଖା ଓ ସାନବହୁ ରୁପାଲିଙ୍କ ସମେତ ସମସ୍ତ ପରିବାରବର୍ଗ ଓ ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ।


