ବିପିନ ନାୟକ ହେଲେ କରମଙ୍ଗା ଓ ଶ୍ରୀକଣ୍ଠପୁର ଇଡିସି ସଭାପତି
କୋଣାର୍କ,(ଗଣେଶ ଚନ୍ଦ୍ର ବେହେରା)କୋଣାର୍କ ଏନଏସି ୪ନଂ ଓ୍ବାର୍ଡ କରମଙ୍ଗା ଶ୍ରୀକଣ୍ଠପୁର ବନ ଉନ୍ନୟନ କମିଟି(ଇଡିସି) ସଭାପତି ଭାବେ ବିପୀନ କୁମାର ନାୟକ ନିର୍ବାଚିତ ହୋଇଛନ୍ତି। ଶୁକ୍ରବାର ସରକାରୀ ନିୟମ ଅନୁଯାୟୀ କରମଙ୍ଗା- ଶ୍ରୀକଣ୍ଠପୁର ବନ ଉନ୍ନୟନ କମିଟି ନିର୍ବାଚନ ରାମମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା। ବିପୀନ କୁମାର ନାୟକ ଓ ଭାଗିରଥି ସ୍ବାଇଁଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହୋଇଥିଲା। କୋଣାର୍କ ବନ୍ୟପ୍ରାଣୀ ବନାଚଂଳ ଅଧିକାରୀ ସୁଦର୍ଶନ ଦେହୁରୀଙ୍କୁ ତତ୍ବାବଧାନରେ ସକାଳ ୮ଟାରୁ ୨ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ଚାଲିଥିଲା। ୨୩୩ ଇଡିସି ସଦସ୍ୟ ମତ ସାବ୍ୟସ୍ତ କରିଥିଲେ। ଗୋଟିଏ ଭୋଟ ନାକଚ ହୋଇଥିବାବେଳେ ବିପୀନଙ୍କୁ ୧୩୬ ଓ ଭାଗିରଥିଙ୍କୁ ୯୬ ଖଣ୍ଡ ଭୋଟ ମିଳିଥିଲା। ବନ ଉନ୍ନୟନ କମିଟିର ସଦସ୍ୟ ଶତୃଜିତ ନାୟକ , ସତ୍ୟଜିତ ନାୟକ , ପ୍ରଦୀପ କୁମାର ନାୟକ, ଅଜୟ କୁମାର ବେହେରା , ଲିଙ୍ଗରାଜ ନାୟକ , କୋଣାର୍କ ଏନଏସି ଉପାଧ୍ୟକ୍ଷ ସୁରେଶ ଚନ୍ଦ୍ର ରାଉତରାୟ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି ।

 
             
						 
						 
						 
						 
						 
						
