ବୁଗୁଡା ଓ ପୋଲସରା ବନାଞ୍ଚଳରେ ପକ୍ଷୀ ଗଣନା
ବୁଗୁଡା/ପୋଲସରା,(ଅନୀଲ କୁମାର ମହାରଣା) : ସାରା ରାଜ୍ୟରେ ଜାନୁଆରୀ ୧୮ ତାରିଖ ଦିନ ପକ୍ଷୀ ଗଣନା ଅନୁଷ୍ଠିତ ହୋଇଯାଇଛି। ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ବୁଗୁଡା ଓ ପୋଲସରା ବନାଞ୍ଚଳରେ ମଧ୍ୟ ସକାଳ ୬ ଘଣ୍ଟାରୁ ୧୧ ଘଣ୍ଟା ମଧ୍ୟରେ ବିଭିନ୍ନ ବଡ଼ ଜଳାଶୟ ନିକଟରେ ପକ୍ଷୀ ଗଣନା ଅନୁଷ୍ଠିତ ହୋଇଥିଲା। ବୁଗୁଡ଼ା ବନାଞ୍ଚଳରେ ୧୨ ଟି ଜଳାଶୟ ନିକଟରେ ଓ ପୋଲସରା ବନାଞ୍ଚଳରେ ୪ ଟି ଜଳାଶୟ ନିକଟରେ ପକ୍ଷୀ ଗଣନା ହୋଇଥିଲା। ବୁଗୁଡା ବନାଞ୍ଚଳରେ ଗତ ବର୍ଷ ଅପେକ୍ଷା ପକ୍ଷୀ ସଂଖ୍ୟା ବୃଦ୍ଧି ପାଇଥିବା ଜଣା ପଡ଼ିଛି। ବିଭିନ୍ନ ପ୍ରଜାତିର ମୋଟ ପକ୍ଷୀ ସଂଖ୍ୟା ଭଞ୍ଜନଗର ଦକ୍ଷିଣ ବନଖଣ୍ଡ ଅଧିକାରୀ ଘୋଷଣା କରିବେ। ବୁଗୁଡ଼ାରେ ବନାଞ୍ଚଳ ଅଧିକାରୀ ମାନସ କୁମାର ସାହୁ ଓ ପୋଲସରା ରେ ବନାଞ୍ଚଳ ଅଧିକାରୀ ଅନିଲ କୁମାର ପଣ୍ଡାଙ୍କ ନେତୃତ୍ୱରେ ବନ ବିଭାଗ କର୍ମଚାରୀ ବୃନ୍ଦ ପକ୍ଷୀ ଗଣନାରେ ନିୟୋଜିତ ଥିଲେ।


