ଭଗବାନ ବୁଦ୍ଧ ଓ ଭୀମଭୋଇଙ୍କ ଜୟନ୍ତୀ

କଟକ(ଓ୍ବାଇଏନଏସ): ଓଡ଼ିଆ ଭାଷା-ସାହିତ୍ୟ-ସଂସ୍କୃତି ସୁରକ୍ଷା ସଂସ୍ଥା ପକ୍ଷରୁ ଭଗବାନ ବୁଦ୍ଧଦେବ ଓ ମହିମାଧର୍ମର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ପ୍ରମୁଖ ଭୂମିକା ନିର୍ବାହ କରିଥିବା ବିପ୍ଳବୀ ଭୀମଭୋଇଙ୍କ ପବିତ୍ର ଜନ୍ମଦିବସ ପାଳିତ ହୋଇଯାଇଛି ! ପ୍ରସିଦ୍ଧ ଶୈବ୍ୟକ୍ଷେତ୍ର ଗଡ଼ଗଡ଼େଶ୍ୱର ଧାମରେ ଅନୁଷ୍ଠିତ ସଭାରେ ଅନୁଷ୍ଠାନର କେନ୍ଦ୍ରୀୟ ସଭାପତି ଆଡ଼ଭୋକେଟ ପ୍ରଫେସର ଡକ୍ଟର ଜ୍ଞାନଗୁରୁ ଦାସ ସଭାପତିତ୍ୱ କରି ଦେବଦୁର୍ଲ୍ଲଭ ଆତ୍ମାଙ୍କ ଉଦ୍ଦେଶ୍ୟରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇ କହିଥିଲେ ଉଭୟଙ୍କ ଦର୍ଶନରେ ସୁସ୍ଥସମାଜ ଗଠନ ହୋଇପାରିବ ! ପ୍ରାରମ୍ଭରେ ପୂଜକ ପଣ୍ଡିତ ଦେବାଶିଷ ପଣ୍ଡା ଶାନ୍ତିମନ୍ତ୍ର ଆବୃତ୍ତି କରିବା ପରେ ସାମ୍ବାଦିକ ପ୍ରଭୁଦତ୍ତ ପ୍ରଧାନ ସ୍ୱାଗତ ଭାଷଣ ଦେଇଥିଲେ ! ମୁଖ୍ୟଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଡକ୍ଟର ପ୍ରମୋଦ କୁମାର ମହାପାତ୍ର ଯୋଗଦେଇ ସିଦ୍ଧି ସାଧନାର ମୂର୍ତ୍ତିମନ୍ତ ପ୍ରତୀକ ଭାବେ ଭଗବାନ ବୁଦ୍ଧଦେବ ଓ ମହିମା ଧର୍ମର ଆଲୋକବର୍ତ୍ତିକା ଭୀମଭୋଇଙ୍କୁ ବର୍ଣ୍ଣନା କରିଥିଲେ ! ମୁଖ୍ୟବକ୍ତା ମହାନଦୀ ଆଳତିର ସମ୍ପାଦକ ସମାଜସେବୀ ଗଙ୍ଗାଧର ବେହେରା ଭଗବାନ ବୁଦ୍ଧଙ୍କୁ ଏସିଆର ଆଲୋକ ବୋଲି କହି ଭୀମଭୋଇଙ୍କୁ ଧର୍ମଆନ୍ଦୋଳନରେ ବିପ୍ଲବୀ ବୋଲି ଆଖ୍ୟାୟିତ କରିଥିଲେ ! ଅନ୍ୟମାନଙ୍କ ମଧ୍ୟରେ ପଣ୍ଡିତ ହୃଷିକେଶ ପଣ୍ଡା, ଆଡ଼ଭୋକେଟ ବିଶ୍ୱନାଥ ଦାସ, ସମାଜସେବୀ କୃଷ୍ଣଚନ୍ଦ୍ର ବଳ, ନିବାସଚନ୍ଦ୍ର ମିଶ୍ର, ବିଜୟ କୁମାର ସାମଲ, ପ୍ରଫେସର ସବିତାବାଳା ଆଚାର୍ଯ୍ୟ, ସସ୍ମିତା ଦାସ, ଡାକ୍ତର ଅନିନ୍ଦିତା ମହାପାତ୍ର, ମହାଶ୍ଵେତା ଦେବରାୟ, ଶକ୍ତିସ୍ୱରୂପା ଦାସ, ଲକ୍ଷ୍ମୀସ୍ୱରୂପା ଦାସ ଓ ପ୍ରାପ୍ତିକର ମହାପାତ୍ର ପ୍ରମୁଖ ନିଜ ନିଜର ଦୃଷ୍ଟିକୋଣରୁ ଆଜିର ସ୍ବର୍ଣ୍ଣିମ ଦିବସ ସମ୍ପର୍କରେ ଆଲୋଚନା କରିଥିଲେ ! ଶେଷରେ ଶିଳ୍ପୀ ଗୁରୁଦତ୍ତ ମହାନ୍ତି ଧନ୍ୟବାଦ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ