ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀ
କେନ୍ଦୁଝର,(ପୂର୍ଣ୍ଣଚନ୍ଦ୍ର ମହାନ୍ତ) :ଓଡିଶା ଗାନ୍ଧୀ ବିଚାର ପରିଷଦ ଓ କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ମନୋଜମଞ୍ଜରୀ ଶିଶୁଭବନ ଉଚ୍ଚ ବିଦ୍ୟାଳୟ, ମାଇନିଂ ରୋଡଠାରେ ଉକôଳମଣୀ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୮ତମ ଜନ୍ମ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷୟିତ୍ରୀ ଶାନ୍ତିଲତା କର ଅଧ୍ୟକ୍ଷତା କରିଥିବାବେଳେ ସୁରମା ସାହୁ ସଂଯୋଜନା କରିଥିଲେ । ଓଡିଶା ଗାନ୍ଧୀ ବିଚାର ପରିଷଦର ଅଧ୍ୟକ୍ଷ ତଥା କେନ୍ଦୁଝର ସିଟିଜେନ ଫୋରମ ର ବରିଷ୍ଠ ସଦସ୍ୟ ଭକ୍ତବସôଳ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଉ ଉକôଳମଣୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ୧୦୦ ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ବନେ୍ଦ ଉକôଳ ଜନନୀ ସାମୂହିକ ସଂଗୀତ ଗାନ କରିଥିଲେ । ମୁଖ୍ୟ ଅତିଥି ଭକ୍ତବସôଳ ମହାନ୍ତି କହିଲେ ପଣ୍ଡିତ ଗୋପବନ୍ଧୁ ଦାସ ଜଣେ ଶିକ୍ଷା ଦାର୍ଶନିକ ଥିଲେ । ପୁରୀ ଜିଲ୍ଲାର ସୁଆଣ୍ଡୋ ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ମହାନ ବ୍ୟକ୍ତିତ୍ୱ ସାରା ରାଷ୍ଟ୍ରରେ ଖ୍ୟାତି ଅର୍ଜନ କରିଥିଲେ । ୧୯୦୯ ରେ ସତ୍ୟବାଦୀଠାରେ ବନ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ଶିକ୍ଷାରେ ସଂସ୍କାର ଆଣିବା ପାଇଁ ତାଙ୍କର ସହଯୋଗୀ ପଣ୍ଡିତ ନୀଳମଣି ଦାସ,ପଣ୍ଡିତ କୃପାସିନ୍ଧୁ ମିଶ୍ର,ପଣ୍ଡିତ ଗୋଦାବରିଶ ମିଶ୍ର,ଆଚାର୍ଯ୍ୟ ହରିହର ଦାସଙ୍କ ସହଯୋଗରେ ଆଦର୍ଶ ବିଦ୍ୟାଳୟ ମାଧ୍ୟମରେ ଓଡିଶାରେ ନବଚେତନା ସୃଷ୍ଟି କରିବା ସହ ଶିକ୍ଷାରେ କ୍ରାନ୍ତି ଆଣି ପାରିଥିଲେ । ରାଷ୍ଟ୍ରପିତା ମହାମାôଗାନ୍ଧୀଙ୍କ ଡାକରାରେ ଭାରତର ସ୍ୱାଧିନତା ପ୍ରାପ୍ତି ନିମନ୍ତେ ଅସହଯୋଗ ଆନେ୍ଦାଳନରେ ଯୋଗ ଦେଇଥିଲେ । କାରାବରଣ କଲେ ଏବଂ କାରାଗାରରେ ଥାଇ କରାକବିତା ଓ ବନ୍ଦୀର ଆତ୍ମକଥା ଲଢୁଆ ସ୍ୱାଧିନତା ସଂଗ୍ରାମୀ ଅଭିବ୍ୟକ୍ତି ଅଟେ । ୧୯୧୫ ରେ ସତ୍ୟବାଦୀ ସାହିତ୍ୟ ପତି୍ରକା ପ୍ରକାଶନ ଆରମ୍ଭ କରିଥିଲେ । ୧୯୧୯ ରେ ସାପ୍ତାହିକ ସମ୍ବାଦପତ୍ର ‘ସମାଜ’ ପ୍ରକାଶ କରିଥିଲେ । ଯାହା ଓଡିଶାରେ ବର୍ତ୍ତମାନ ଅଧିକ ସଂଖ୍ୟାରେ ପ୍ରକାଶିତ ହୋଇପାରିଛି । ଓଡିଆ ସାହିତ୍ୟକୁ ଆପଣାର ଧେୟ ମଣିଥିବା ଗୋପବନ୍ଧୁ ଦାସ ସାମ୍ବାଦିକ ଓ ସଂପାଦକ ଜୀବନ ଅନେକ ଘଟଣା ବହୁଳ । କଠିନ ପରିଶ୍ରମରେ ଧୈର୍ଯ୍ୟ,ସହିଷ୍ଣୁତାକୁ ଅକ୍ଷୁର୍ଣ୍ଣ ରଖି କଲମ ଚାଳନା କରି ସତ୍ୟବାଦୀ ଓ ସମାଜକୁ ପ୍ରତିଷ୍ଠା କରିଥିଲେ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରଧାନଶିକ୍ଷକ ତପନ କୁମାର ପଣ୍ଡାଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୋପବନ୍ଧୁ ଦାସଙ୍କ ତ୍ୟାଗପୁତ ସେବାର ଦିଗକୁ ଛାତ୍ରଛାତ୍ରୀମାନଙ୍କୁ ଶାନ୍ତିଲତା କର ଓ ନବକିଶୋର ଗିରି ବୁଝାଇଥିଲେ । କହ୍ନେଇ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ଓ ରଘୁନାଥ ମହାକୁଡ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଗୋପବନ୍ଧୁଙ୍କ ଜୀବନୀ ଆଧାରିତ ‘ଶ୍ରୀ’ ପୁସ୍ତକ ମୁଖ୍ୟ ଅତିଥି ପ୍ରଦାନ କରିଥିଲେ ।