ସନ୍ଥ ଅରକ୍ଷିତ ଦାସଙ୍କ ଜନ୍ମୋତ୍ସବ ପାଳିତ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି – ଘୋଡାହାଡ ଡ୍ଯାମ ଛକ ରେ ସ୍ଥାପିତ ହୋଇଥିବା ସନ୍ଥ ଅରକ୍ଷିତ ଦାସଙ୍କ ପ୍ରତିମୂର୍ତ୍ତି ନିକଟରେ ରବିବାର ସିଦ୍ଧ ମହାପୁରୁଷ ସନ୍ଥ ଅରକ୍ଷିତ ଦାସଙ୍କ ଜନ୍ମୋତ୍ସବ ପାଳିତ ହୋଇଯାଇଛି।ବଡଖେମୁଣ୍ଡି ରାଜ ପରିବାରର ସଦସ୍ୟ ସିଦ୍ଧାନ୍ତ ଗଙ୍ଗଦେବଙ୍କ ପୌରହିତ୍ଯରେ ଆୟୋଜିତ କାର୍ଯ୍ୟକ୍ରମରେ ଐତିହାସିକ ଏବଂ ଗବେଷକ ଡ.ଅନନ୍ତରାମ କର କୌଣ୍ଡିଣ୍ଯ, ଏନ୍ଏସି ଅଧ୍ଯକ୍ଷ ପ୍ରଫୁଲ ପଣ୍ଡା, ଆଇନଜୀବି ହରପ୍ରସାଦ ରଥ, କବିସୂର୍ଯ୍ୟ ସ୍ମୃତି ପରିଷଦର ସମ୍ପାଦକ କୁରେଶୁ ପଣ୍ଡା, କବି ବୃନ୍ଦାବନ ପଣ୍ଡା, ପୂର୍ବତନ କାଉନସିଲର ନିରୂପମା ପଟ୍ଟନାୟକ, ବିଚିତ୍ର ବର୍ଣ୍ଣାଳୀ ନାଟ୍ଯ ସଂସଦର ସମ୍ପାଦକ ଆଲୋକ ବିଷୋୟୀ, ଖବରଦାତା ଗୋପାଳ କୃଷ୍ଣ ମଲ୍ଲିକ, ରବିନ୍ଦ୍ର ନାଥ ଡାକୁଆ, ସଞ୍ଜୀବ କୁମାର ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।ତତ୍କାଳୀନ ବଡଖେମୁଣ୍ଡି ରାଜ୍ୟର ବିଜୟ ନଗର ଗଡରେ ଆଷାଢ଼ ଶୁକ୍ଳ ଏକାଦଶୀ ତିଥି ରେ ଜନ୍ମିତ ରାଜପୁତ୍ର ସନ୍ଥ ଅରକ୍ଷିତ ଦାସଙ୍କ ଜୀବନାଦର୍ଶ ଓ ତାଙ୍କ ରଚିତ ମହୀମଣ୍ଡଳ ଗୀତା , ଶାକ୍ୟ ସଂହିତା ଭଳି ଉପାଦେୟ ରଚନା ର ଅଧିକ ପ୍ରଚାର ପ୍ରସାର କରାଯାଇ ପାରିଲେ ସମାଜରେ ଏହାର ସକାରାତ୍ମକ ପ୍ରଭାବ ପଡିବା ସହ ଜନ୍ମମାଟି ଅଧିକ ପବିତ୍ର ହୋଇପାରିବ ବୋଲି ଅତିଥି ବୃନ୍ଦ ନିଜ ବକ୍ତବ୍ୟରେ କହିଥିଲେ। ସାମାଜିକ କର୍ମୀ ନୀଳକଣ୍ଠ ପଟ୍ଟନାୟକ, ଲଲାଟେନ୍ଦୁ ପଧାନ, ମୁନା ବିଷୋୟୀ, କିଶୋର ଜେନା ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିବା ବେଳେ ଯୋଗେନ୍ଦ୍ର ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ।ସେହିଭଳି ବିଜୟନଗର ଗଡ଼ ଶ୍ରୀ ଚୈତନ୍ୟ ଠାକୁର ମନ୍ଦିର ପ୍ରାଙ୍ଗଣରେ ସନ୍ଥ ଅରକ୍ଷିତ ଦାସଙ୍କ ଆବିର୍ଭାବ ଦିବସ ପାଳିତ ହୋଇ ଯାଇଛି। ଗ୍ରାମ୍ୟ କମିଟି ସଭାପତି ପ୍ରକାଶ ପାତ୍ର, ସମ୍ପାଦକ ସନ୍ତୋଷ ସେଠୀ, ମଠ ପୂଜକ ଶିବହରି ଦାସ,ସାମାଜିକ କର୍ମୀ ସନ୍ତୋଷ ସାହୁ, ଉଜ୍ୱଳ କୁମାର ମହାନ୍ତି, ସିମାଞ୍ଚଳ ପଣ୍ଡା, ରଞ୍ଜିତ ସେଠୀ , ସିମାଞ୍ଚଳ ଗୌଡ଼, କମଳ ଦାସଙ୍କ ଉପସ୍ଥିତିରେ ମହାପୁରୁଷ ଙ୍କ ଫଟୋ ରେ ପୁଷ୍ପ ମାଲ୍ୟାର୍ପଣ କରାଯାଇ ତାଙ୍କ ସ୍ମୃତି ଚାରଣ କରାଯାଇଥିଲା।