ଓଡ଼ିଶା କଂଗ୍ରେସର ସୋସିଆଲ ମିଡିଆ ନୂଆ ଅଧ୍ୟକ୍ଷ ହେଲେ ବିଶ୍ୱଜିତ୍

କଟକ,(ଓ୍ବାଇଏନଏସ) :ଓଡ଼ିଶା ପ୍ରଦେଶ କଂଗ୍ରେସ ସୋସିଆଲ ମିଡିଆ ନୂଆ ଅଧ୍ୟକ୍ଷ ହେଲେ ବିଶ୍ୱଜିତ୍ ମହାନ୍ତି ।ଶ୍ରୀ ମହାନ୍ତି ଅଳ୍ପ କିଛିଦିନ ପୂର୍ବେ ବିଜେଡି ଛାଡ଼ି କଂଗ୍ରେସ ଦଳରେ ଯୋଗଦେଇଥିଲେ ।ଜଣେ ଦକ୍ଷ ରାଜନେତା ଭାବରେ କଟକ ସହରରେ ଶ୍ରୀ ମହାନ୍ତିଙ୍କର ପ୍ରଭାବ ରହିଛି ।ଆଇନଜ୍ଞ ପରିବାରରୁ ଆସିଥିବା ଶ୍ରୀ ମହାନ୍ତି ରାଜନୀତିରେ ସକ୍ରିୟ ଥିବା ସହିତ ଜଣେ ଟ୍ରେଡ ୟୁନିଅନ ଲିଡର ଭାବେ ବିଭିନ୍ନ ଶ୍ରମିକ ସଂଗଠନ ସହିତ ମଧ୍ୟ ଜଡ଼ିତ ଅଛନ୍ତି ।ବର୍ତ୍ତମାନ ପରିପ୍ରେକ୍ଷୀରେ ପ୍ରଚାର ପ୍ରସାର ପାଇଁ ସୋସିଆଲ ମିଡିଆ ଏକ ଉତ୍ତମ ପନ୍ଥା ହୋଇଥିବାବେଳେ ଏହାକୁ ଅଧିକ କ୍ରିୟାଶୀଳ କରି ଦଳର ନୀତି ଆଦର୍ଶ ଓ ବିଭିନ୍ନ ସମସ୍ୟାକୁ ନେଇ ସାଧାରଣ ଲୋକଙ୍କ ସ୍ୱର ହେବାକୁ କଂଗ୍ରେସ ଦଳ ଗୁରୁତ୍ୱ ଦେଉଛି । ଏହି ପରିପ୍ରେକ୍ଷୀରେ ବିଶ୍ୱଜିତ୍ ମହାନ୍ତି ଙ୍କୁ ରାଜ୍ୟ କଂଗ୍ରେସ ସୋସିଆଲ ମିଡିଆ ଅଧ୍ୟକ୍ଷ କରି ଦଳକୁ ଅଧିକ ଚଳ ଚଞ୍ଚଳ କରିବା ଲକ୍ଷ୍ୟ ରଖିଛି କଂଗ୍ରେସ।ବିଶ୍ୱଜିତ୍ ଙ୍କ ଏହି ନୂତନ ଦାୟିତ୍ୱ ନିଶ୍ଚୟ ଦଳକୁ ମଜବୁତ କରିବ ବୋଲି କଟକ ନଗର (ଜିଲ୍ଲା) କଂଗ୍ରେସ ମୁଖ୍ୟ ମୁଖପାତ୍ର ମାନସ ପରିଡ଼ା,ବ୍ଲକ୍ କଂଗ୍ରେସ ସଭାପତି ଅଲେଖ ଚନ୍ଦ୍ର ବେହେରା, ଶ୍ରମିକ ନେତା ଲକ୍ଷ୍ମୀଧର ଶରଣ,ବରିଷ୍ଠ ନେତା ନିର୍ମଳ ସ୍ୱାଇଁ, ରଜନୀ ବସ୍ତିଆ,ଜୟନାରାୟଣ ତ୍ରୀପାଠୀ, ରଶ୍ମିକାନ୍ତ ସାମଲ, ପ୍ରମୁଖ ଆଶାବ୍ୟକ୍ତ କରିବା ସହ ଶ୍ରୀ ମହାନ୍ତିଙ୍କୁ ଅଭିନନ୍ଦନ ଜଣାଇଥିଲେ ଓ ଏହି ନିଯୁକ୍ତି ପାଇଁ ପିସିସି ସଭାପତି ଭକ୍ତ ଚରଣ ଦାସ, ପ୍ରଭାରୀ ଅଜୟ କୁମାର ଲଲୁ,ଅଖିଳ ଭାରତ କଂଗ୍ରେସ କମିଟି ସଂଗଠନ ସମ୍ପାଦକ ଶ୍ରୀ ଭେନୁ ଗୋପାଳ ଜୀ,ଅଖିଳ ଭାରତ କଂଗ୍ରେସ କମିଟି ସଭାପତି ଶ୍ରୀ ମାଳିକାର୍ଜୁନ ଖଡଗେ ଜୀ ଓ ସର୍ପୋପରି ଶ୍ରୀ ରାହୁଲ ଗାନ୍ଧୀ ଜୀ ଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ