ବିଶ୍ୱନାଥ ପ୍ରତାପ ଓ ଶତାଧିକ ସମର୍ଥକ ବିଜେପିରେ ସାମିଲ
ହାଟଡିହି (ଓ୍ବାଇଏନଏସ) : ପୂର୍ବତନ ବିଜେଡି ନେତା ତଥା ସମାଜସେବୀ ଇଂ ବିଶ୍ୱନାଥ ପ୍ରତାପ ଜେନା ଓ ତାଙ୍କର ଶତାଧିକ ସମର୍ଥକ ଆଜି ବିଜେପିରେ ସାମିଲ ହୋଇଛନ୍ତି। କେନ୍ଦୁଝର ଦଳୀୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ, ଜିଲ୍ଲା ବିଜେପି ସଭାପତି ଶୁକଦେବ ମହାନ୍ତ, ଆନନ୍ଦପୁରର ବିଜେପି ନେତା ଆଲୋକ ସେଠୀ, ଘସିପୁରାର ବିଜେପି ନେତା ଶମ୍ବୁନାଥ ରାଉତ, ଜିଲ୍ଲା ପରିଷଦ ସଦସ୍ୟା ଅସୀମା ମିଶ୍ର, ଟୁକୁନା ମହାନ୍ତଙ୍କ ସମେତ ଅନେକ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ବିଶ୍ୱନାଥ ପ୍ରତାପ ବିଜେପିରେ ସାମିଲ ହୋଇଥିଲେ। ଉପସ୍ଥିତ ବିଜେପି ନେତା ମାନେ ତାଙ୍କୁ ଦଳୀୟ ଟୋପି ଓ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଥିଲେ। ବିଶ୍ୱନାଥ ପ୍ରତାପ ଜେନା ପୂର୍ବରୁ ବିଜେଡିର ଜଣେ ସକ୍ରିୟ ସଦସ୍ୟ ଥିବାବେଳେ ବିଜେଡିରୁ ବିଧାୟକ ଟିକେଟ ପାଇବା ପାଇଁ ପ୍ରମୁଖ ଦାବିଦାର ଥିଲେ। ମାତ୍ର ଟିକେଟ ନ ମିଳିବାରୁ ସେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିଥିଲେ। ଗତ କିଛିମାସ ପୂର୍ବେ ସେ ଅନୁଷ୍ଠାନିକ ଭାବେ ବିଜେଡିରୁ ଇସ୍ତଫା ଦେଇଥିଲେ। ବିଶ୍ୱନାଥ ପ୍ରତାପଙ୍କ ସହ ଶତାଧିକ ସମର୍ଥକ ମଧ୍ୟ ବିଜେପିରେ ମିଶିଛନ୍ତି।


