ପ୍ରଶାସନିକ ସେବା ପରୀକ୍ଷାରେ ବୀତିହୋତ୍ରଙ୍କ ସଫଳତା

ହାଟଡିହି (ଓ୍ବାଇଏନଏସ):  ଓ.ପି.ଏସ୍.ସି. ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ଅଧୀନ ନୂଆରମ୍ପାସ ଗ୍ରାମର ଶ୍ରୀମାନ୍ ବୀତିହୋତ୍ର ନାୟକ ୧୬୩ ସ୍ଥାନ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ସେ ଅବସରପ୍ରାପ୍ତ ଆଇସିଡିଏସର ସୁପରଭଇଜର କାଦମ୍ବିନୀ ଜେନା ଓ ପ୍ରାକ୍ତନ ଇଂରାଜୀ ରିଡ଼ର ରବୀନ୍ଦ୍ର କୁମାର ନାୟଙ୍କର କନିଷ୍ଠ ପୁତ୍ର ଅଟନ୍ତି। ସେ ଏନ୍.ସି. ହାଇସ୍କୁଲ, କେନ୍ଦୁଝର, ଧରଣୀଧର ମହାବିଦ୍ୟାଳୟ, କେନ୍ଦୁଝର ଓ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି, ରାଉରକେଲା ରୁ ଶିକ୍ଷା ସମାପ୍ତ କରିଛନ୍ତି। ସେ ଓଡ଼ିଶା ସରକାରଙ୍କ ଭୂତଳ ଜଳ ସମ୍ପଦ ବିଭାଗରେ ୨୦୨୩ ମସିହାରୁ ଜଣେ କନିଷ୍ଠ ବୈଜ୍ଞାନିକ ଭାବରେ କାର୍ଯ୍ୟ କରିବା ସହିତ ଏବେ ଡେପୁଟି ଡିରେକ୍ଟର ଦାୟିତ୍ୱରେ ଅଛନ୍ତି। ତାଙ୍କର ଏପରି ସଫଳତାରେ ସମଗ୍ର ହାଟଡ଼ିହି ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ