ଆର୍ଡିିସି ଅଫିସ ଘେରାଉରେ ସାମିଲ୍ ହେଲେ ବିଜେଡିର ଦଳୀୟ ନେତା ଓ କର୍ମୀ
ଆସିକା (ୱାଇଏନ୍ଏସ୍) ରାଜ୍ୟର କେତେକ ଅଞ୍ଚଳରେ ବିଭିନ୍ନ ସମୟରେ ବୃଦ୍ଧି ପାଉଥିବା ଗଣଦୁଷ୍କର୍ମ, ଦୁଷ୍କର୍ମ, ମହିଳା ନିର୍ଯ୍ୟାତନାକୁ ବିରୋଧ ସହ ଭୋଗରାଇ ମାଟିର ଝିଅ ତଥା ବାଲେଶ୍ୱର ସ୍ୱୟଂଶାସିତ ମହାବିଦ୍ୟାଳୟର ଇଣ୍ଟଗ୍ରେଟେଡ୍ ବିଏଡ୍ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମଦାହ ଓ ମୃତ୍ୟୁ ଘଟଣାରେ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ସଂପୃକ୍ତ ଥିବା ସମସ୍ତଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଏହି ହୃଦୟବିଦାରକ, ବେଦନାଦାୟକ ଓ ଦୁଃଖଦ ଘଟଣାର ବିଚାର ବିଭାଗୀୟ ତଦନ୍ତ ସାଙ୍ଗକୁ ମୃତାଛାତ୍ରୀ ସୌମ୍ୟାଶ୍ରୀଙ୍କ ପରିବାରବର୍ଗଙ୍କୁ ନ୍ୟାୟ ପ୍ରଦାନ ଦାବୀରେ ବୁଧବାର ବିଜୁ ଜନତା ଦଳ ପକ୍ଷରୁ ବ୍ରହ୍ମପୁରରେ ଅନୁଷ୍ଠିତ ଆର୍ଡିିସି ଅଫିସ ଘେରାଉ କାର୍ଯ୍ୟକ୍ରମରେ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବହୁ ଦଳୀୟ ନେତା ଓ କର୍ମୀ ସାମିଲ୍ ହୋଇଥିବା ଦେଖିବାକୁ ମିଳିଥିଲା । ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ଶ୍ରୀମତୀ ମଂଜୁଳା ସ୍ୱାଇଁଙ୍କ ଆବହକତ୍ୱ ଓ ଗଞ୍ଜାମ ଜୋନ୍ ଯୁବ ବିଜେଡି ସଭାପତି ନଚିକେତା ସ୍ୱାଇଁଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି ଆର୍ଡିସି ଅଫିସ ଘେରାଉ କାର୍ଯ୍ୟକ୍ରମରେ ବରିଷ୍ଠ ବିଜେଡି ନେତା ଦିଲୀପ କୁମାର ପାଣିଗ୍ରାହୀ, ଅନିଲ୍ କୁମାର ନାୟକ, ବି.ମନୋଜ କୁମାର ଦୋରା, ଭବାନୀ ଶଙ୍କର ମଲିକ, ମଙ୍ଗୁଳୁଧର ସାହୁ, ସୁରଥ ପ୍ରଧାନ, ମାନସପୂର୍ଣ୍ଣ ଆଚାର୍ଯ୍ୟ, ନିଳାଞ୍ଚଳ ମଣ୍ଡଳ, ଏମ୍.ରଶ୍ମିତା ସେନାପତି, ଜୟନ୍ତୀ ବେହେରା, ଟୁକୁନା ବିଷୋୟୀ, ସନ୍ତୋଷ କୁମାର ନାୟକ, କାମରାଜୁ ଭୋଳ, ରଂଜନ ବିଷୋୟୀ, ରଂଜନ ପରିଡା, ଅରବିନ୍ଦ ଲେଙ୍କା, ନନ୍ଦ କୁମାର ବିଷୋୟୀ, ମନୋଜ କୁମାର ପରିଡା, ବିଦ୍ୟାନ୍ତ କୁମାର ଚର୍ଚ୍ଚୀ, ରଂଜିତ୍ କୁମାର ଗୌଡ, ମନୋଜ କୁମାର ପୋଲାଇ, ଭରତ ନାହାକ, ତ୍ରିନାଥ ବେହେରା, ସତ୍ୟନାରାୟଣ ସାମନ୍ତରା, ପାଣ ମଲିକ, ସୁରେନ୍ଦ୍ର ପାତ୍ର, ପ୍ରତାପ ପ୍ରଧାନ, ନିଗମାନନ୍ଦ ରାଉତ, ଜିତେନ୍ଦ୍ର କୁମାର ମହାରଣା, ଦେବାଶିଷ ପଣ୍ଡା, କେ.ରବିନ୍ କୁମାର ପାତ୍ର, କେଶବ ଦାଶ, ରାମହରି ନାୟକ, ଶ୍ୱେତବସନ୍ତ ଲେଙ୍କା, କାହ୍ନୁଚରଣ ଦଳେଇ, ବିମଳ ପ୍ରଧାନ, ନରେନ୍ଦ୍ର ନାହାକ, ପ୍ରଣବ ପାଢୀ, ବିଭୁତି ପ୍ରଧାନ, ନିଳାଞ୍ଚଳ ସ୍ୱାଇଁ, ଆକାଶ ସ୍ୱାଇଁ, ନିଳାଞ୍ଚଳ ମହାରଣାଙ୍କ ସମେତ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ପ୍ରାନ୍ତରରୁ ବହୁ ଦଳୀୟ ନେତା ଓ କର୍ମୀ ସାମିଲ୍ ହୋଇଥିବା ଦେଖିବାକୁ ମିଳିଥିଲା ।