ବେତନଟୀ ମହା ବିଦ୍ୟାଳୟ ଛାତ୍ରଛାତ୍ରୀ ଓ ଛାତ୍ର ବିଜେଡି ପକ୍ଷରୁ ନ୍ୟାୟ ଦାବିରେ ବିକ୍ଷୋଭ
ବେତନଟୀ (ଓ୍ବାଇଏନଏସ): ବିଜୁ ଛାତ୍ର ଜନତା ଦଳ ବେତନଟୀ ବ୍ଲକ ତରଫରୁ ବୁଧବାର ବେତନଟୀ ମହାବିଦ୍ୟାଳୟ ସମ୍ମୁଖରେ ଜୋରଦାର ବିକ୍ଷୋଭ କରାଯାଇଛି। ଏଫ ଏମ ଅଟୋନମସ ମହାବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣାରେ ଛାତ୍ରୀଙ୍କୁ ନ୍ୟାୟ ପାଇଁ କଲେଜ ଛକରୁ ଆରମ୍ଭ କରି କଲେଜ ମୁଖ୍ୟ ଫାଟକ ସମ୍ମୁଖ ପର୍ଯ୍ୟନ୍ତ ପଦଯାତ୍ରା ସହ ପୋଷ୍ଟର, ସ୍ଲୋଗାନ ଧରି ମୁଖ୍ୟମନ୍ତ୍ରୀ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ପତ୍ର ଦାବୀ କରିବା ସହ କୁଶପୁତ୍ତଳିକା ଦାହ କରା ଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଜୁ ଛାତ୍ର ଜନତା ଦଳ ସଭାପତି ମନିସ ଗିରି, ଚିତ୍ତେଶ୍ୱର ବେହେରା, ସୌରଭ ପରିଡ଼ା, ଦୀପକ ସାହୁ, ଭୀଷ୍ମ ମହାନ୍ତ, ପୂର୍ବତନ ବ୍ଲକ ସଭାପତି ସୁନ୍ଦର ମହାନ୍ତ, ଜିଲ୍ଲା ପରିଷଦ ବିଶ୍ୱନାଥ ହେମ୍ବ୍ରମ, ସମିତି ସଭ୍ୟ କିଶୋର ନାୟକ, ରାଜେନ ଦାସ, ଯୁବ ସଂଗଠକ ଲଲାଟେନ୍ଦୁ ବେହେରା, ଆଶିଷ ବେହେରା, ଚନ୍ଦନ ମହାନ୍ତ, ଓମ୍ ପ୍ରକାଶ, ଜୀବନ ଦାସ, ଗିତୁ ଲେଙ୍କା, ଅମର ପଞ୍ଝା, କମଲ ଲୋଚନ ହେମ୍ବ୍ରମ , ରାହୁଲ ବେହେରାଙ୍କ ସମେତ ବେତନଟୀ ମହାବିଦ୍ୟାଳୟ ର ଶତାଧିକ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।