ମେଟ୍ରୋ ପ୍ରକଳ୍ପ ବାତିଲ ପରେ ବିଜେଡି ପକ୍ଷରୁ ବିକ୍ଷୋଭ
କଟକ, (ଓ୍ବାଇଏନଏସ): ମେଟ୍ରୋ ପ୍ରକଳ୍ପ ବନ୍ଦ ହେବା ପରେ କଟକରେ ପ୍ରତିବାଦର ସ୍ୱର । ଆଜି କଟକ ବିଜୁ ଜନତା ଦଳ ପକ୍ଷରୁ ବକ୍ସବଜାର ଛକରେ ପ୍ରତିବାଦ କରାଯାଇଛି । ଅନ୍ୟପଟେ ମେଟ୍ରୋ ପ୍ରକଳ୍ପ ବନ୍ଦ ହେବା ପରେ କଟକ ତ୍ରିଶୁଳିଆରେ ଜାଗା କିଣି ଫସିଛନ୍ତି ଶହ ଶହ ଲୋକ । ମେଟ୍ରୋକୁ ଆଶା କରି ଜାଗା ଅଧିକ ଦାମ୍ରେ କିଣିଥିଲେ । ଏବେ ମେଟ୍ରୋ ବନ୍ଦ ହେବା ପରେ ନିରାଶ ହୋଇଛନ୍ତି । କଟକରେ ବିଜୁ ଜନତା ଦଳ ପକ୍ଷରୁ ପ୍ରତିବାଦକୁ ଜୋରଦାର କରାଯାଇଛି। ଆଜି କଟକ ବିଜେଡି ପକ୍ଷରୁ ବକ୍ସ ବଜାର ଛକ ନିକଟରେ ପ୍ରତିବାଦ କରାଯାଇଛି । କଟକ ବିଜେଡି ସଭାପତି ପ୍ରଫୁଲ୍ଲ ସିଂ, ସିଏମ୍ସି ମେୟର ସୁବାସ ସିଂଙ୍କ ସମେତ ବହୁ ବିଜେଡି କର୍ପୋରେଟର ଓ ବିଜୁ ଜନତା ଦଳର କର୍ମୀମାନେ ପ୍ରତିବାଦରେ ସାମିଲ ହୋଇଥିଲେ। ମେଟ୍ରୋ ପ୍ରକଳ୍ପ ବନ୍ଦ କରି ସରକାର ରାଜ୍ୟବାସୀଙ୍କଙ୍କ ସହ ପ୍ରତାରଣା କରିଛନ୍ତି । ରାଜ୍ୟବାସୀ କେବେ ହେଲେ ଏ ସରକାରକୁ କ୍ଷମା କରିବେ ନାହିଁ ବୋଲି କହିଛନ୍ତି କଟକ ମେୟର । ସରକାର ମେଟ୍ରୋ ପ୍ରକଳ୍ପ ବନ୍ଦ କରିବା ପରେ ଏହାକୁ ନେଇ ରାଜନୀତି ଜୋର ଧରିଛି। ଅନ୍ୟପଟେ ତ୍ରିଶୁଳିଆ ଠାରେ ଜାଗା କିଣି ଫସି ଯାଇଛନ୍ତି ଶହ ଶହ ଲୋକ। ମେଟ୍ରୋ ପ୍ରକଳ୍ପର ଶୁଭ ପରେ ହଠାତ ତ୍ରିଶୁଳିଆରେ ଜମି ଦର ବଢ଼ି ଯାଇଥିଲା। କଟକ-ଭୁବନେଶ୍ୱର ମଧ୍ୟରେ ଯାତାୟାତ ସୁବିଧା ହେବ ଭାବି ତ୍ରିଶୁଳିଆ ଠାରେ ଜାଗା ଲୋକେ ଘର କରିଥିଲେ। ବର୍ତ୍ତମାନ ଏହି ପ୍ରକଳ୍ପ ବନ୍ଦ ପରେ ଜାଗା କିଣିଥିବା ଲୋକମାନେ ନିରାଶ ହୋଛଇନ୍ତି । ତେବେ ସବୁଠି ପ୍ରତିବାଦ ପରେ ରାଜ୍ୟ ସରକାର ମେଟ୍ରୋ ପ୍ରକଳ୍ପ ଉପରେ ଆଗାମୀ ଦିନରେ କ’ଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।


