ବିଜେଡ଼ି କର୍ମୀ ହୃଦଘାତରେ ମୃତ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ବିଜୁ ଜନତା ଦଳର ଜଣେ ଆଗଧାଡିର ନେତା ଙ୍କ ଅକାଳ ବିୟୋଗ ହୋଇ ଯାଇଛି। ଝୁମ୍ପୁରା ବ୍ଲକ ବାରିଆ ଗ୍ରାମ ର ସ୍ବର୍ଗତ ଶୁକଦେବ ବାରିକ(୫୫) ପିଲାଟି ଦିନରୁ ଲୋକଙ୍କ ହେବା କରିବା ସହିତ ବିଜୁ ଜନତା ଦଳର ଜଣେ ସକ୍ରୀୟ ସଦସ୍ୟ ଭାବରେ ରହି ନିଷ୍ଠାର ସହିତ କାର୍ଯ୍ୟ କରି ଆସୁଥିଲେ। ଦଳ ତରଫରୁ ତଥା ସ୍ଥାନୀୟ ବିଧାୟକ ମାନେ ଯେତେ ବେଳେ ଯେଉଁ ଦାୟିତ୍ଵ ପ୍ରଦାନ କରୁଥିଲେ ତାକୁ ସମ୍ପାଦନା କରି ଆସୁଥିଲେ। ଦଳ ତଥା ଜନସାଧାରଣ ଙ୍କ ନିମନ୍ତେ ଅନେକ କାର୍ଯ୍ୟ କରି ସମସ୍ତଙ୍କର ପ୍ରିୟ ପାତ୍ର ହୋଇପାରିଥିଲେ। ଶୁକଦେବ ରାତିରେ ଖାଇପିଇ ଶୋଇଥିଲେ ପାହାନ୍ତା ସମୟରେ ହଠାତ ଯନ୍ତ୍ରଣା ଅନୁଭବ କଲେ। ସେ ଯନ୍ତ୍ରଣା ଅନୁଭବ କରୁଥିବା ସମ୍ପର୍କରେ ପରିବାର ଲୋକଙ୍କୁ ଅବଗତ କରିଥିଲେ। ପରିବାର ଲୋକ ସଙ୍ଗେ ସଙ୍ଗେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନେଇ ଚିକିତ୍ସା ଆରମ୍ଭ କରିଥିଲେ। ଚିକିତ୍ସା ର କିଛି ସମୟପରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା ଶୁକଦେବ ର ମୃତ୍ୟୁ ପ୍ରଚାର ହେବାକ୍ଷଣି ତାଙ୍କ ବାସଭବନରେ ଲୋକଙ୍କ ଗହଳି ଲାଗିଥିଲା। ଶୁକଦେବ ଙ୍କୁ ଶେଷ ଦର୍ଶନ କରିବା ପାଇ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ଶୋକ ସନ୍ତପ ପରିବାରକୁ ସମବେଦନା ଜଣାଇବା ଥିଲେ। ବିଜେଡ଼ି ର ପୂର୍ବତନ ବିଧାୟକ ଜଗନ୍ନାଥ ନାୟକ ଙ୍କ ସମେତ ଭବାନୀ ଶଙ୍କର ନାୟକ, ୧୮ ନମ୍ବର ଜିଲା ପରିଷଦ ରାଧାକାନ୍ତ ନାୟକ, ବାରିଆ ସରପଞ୍ଚ ଅଲେଖ ନାଏକ, ସୁଶାନ୍ତ କୁମାର ପ୍ରଧାନ ଙ୍କ ସମେତ ବିଜେଡ଼ି ର ବହୁକର୍ମୀ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା। ମରଶରୀର କୁ ଏକ ଶୋଭାଯାତ୍ରା ରେ ଗ୍ରାମ ପରିକ୍ରମା କରିବା ପରେ ଗାଁ ମଶାରୀ ରେ ଶବଦାହ କରିଥିଲେ। ତାଙ୍କର ଏକମାତ୍ର ପୁତ୍ର ପ୍ରିନ୍ସ ମୁଖାଗ୍ନି ଦେଇଥିଲେ।