ହାଟଡିହିରେ ବିଜେଡିର ୨୯ତମ ପ୍ରତିଷ୍ଠା ଦିବସ ପାଳିତ
ହାଟଡିହି (ଓ୍ବାଇଏନଏସ): ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ହାଟଡିହି ଠାରେ ବିଜେଡ଼ି ପକ୍ଷରୁ ବିଜୁ ଜନତା ଦଳର ୨୯ ତମ ପ୍ରତିଷ୍ଠା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀଙ୍କ ନେତୃତ୍ବରେ ଶହ ଶହ କର୍ମୀ ଛେନାପଦି ଛକ ମା ବିଶ୍ୱ ତାରିଣୀଙ୍କ ମନ୍ଦିରରୁ ପୂଜାର୍ଚନା କରି ଏକ ପଟୁଆରରେ ବାହାରି ହାଟଡିହି ବ୍ଲକ ଛକ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ବିଜୁ ପଟ୍ଟନାୟକଙ୍କ ତୈଳ ଚିତ୍ରରେ ମାଲ୍ୟାର୍ପଣ ପରେ ଅନୁଷ୍ଠିତ ସାଧାରଣ ସଭାରେ ବିଧାୟକ ତାଙ୍କ ବକ୍ତବ୍ୟରେ ରାଜ୍ୟ ସରକାର ସୁ ଶାସନ ଦେବାରେ ବିଫଳ ହୋଇଛନ୍ତି, ପ୍ରତିଦିନ ଦୁଷ୍କର୍ମ, ହତ୍ୟା, ଲୁଟତରାଜ ଭଳି ଘଟଣା ଘଟୁଥିବା ବେଳେ ଅଇନି ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି ବୋଲି ମତବ୍ୟବ୍ୟକ୍ତ କରିଥିଲେ। ପୂର୍ବତନ ବିଧାୟକ ମାୟାଧର ଜେନା, ପୂର୍ବତନ ଜିଲ୍ଲା ବିଜେଡି ସଭାପତି ବିମ୍ବାଧର ବିଶ୍ୱାଳ, ପୂର୍ବତନ ଜିଲ୍ଲା ବିଜେଡି ସଭାପତି ରାକେଶ ରାମ, ବିଜେଡି ନେତା ଦେବପ୍ରିୟ ପାତ୍ର, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଉପାଧ୍ୟକ୍ଷ ରତିକାନ୍ତ ରାଉତ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ରାଜ୍ୟ ଯୁବବିଜେଡି ସମ୍ପାଦକ ଅମରେନ୍ଦ୍ର ଧଳ, ହାଟଡିହି ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ଜେନା, ପୂର୍ବତନ ଯୁବ ବିଜେଡି ସମ୍ପାଦକ ଦୀପ୍ତି ରଞ୍ଜନ ଦାସ, ପ୍ରମୁଖ ନିଜ ନିଜ ଭାଷଣ ମାଧ୍ୟମରେ ବିଜେପି ସରକାର ଉପରେ ବର୍ଷିଥିଲେ। ଆଗାମୀ ପଞ୍ଚାୟତ ଏବଂ ପୌର ନିର୍ବାଚନ ସହିତ ସାଧାରଣ ନିର୍ବାଚନରେ ପୁଣି ବିଜେଡି ତାର ସ୍ଥିତିକୁ ମଜବୁତ୍ କରି ଶାସନ କ୍ଷମତାକୁ ଫେରିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ଏହି ଅବସରରେ ବ୍ଲକ ଛକ ଠାରେ ବିଜେଡିର ନୂତନ କାର୍ଯ୍ୟାଳୟକୁ ବିଧାୟକ ଶ୍ରୀ ସେଠୀ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଜେଡି ନେତା ମାର୍କଣ୍ଡ ଓଝା, ବିକ୍ରମ କେଶରୀ ବିଶ୍ୱାଳ, ବିମଳ କିଶୋର ଜେନା, ପ୍ରତାପ ଦେଓ, ବୀରେନ୍ଦ୍ର କୁମାର ବିଶ୍ୱାଳ, ଶତ୍ରୁଘ୍ନ ପାତ୍ର, ପ୍ୟାରୀମୋହନ ମଲ୍ଲିକ,ଗୌରାଙ୍ଗ ରଣା, ନରହରି ପାତ୍ର, ସରପଞ୍ଚ ଚିନ୍ମୟ ନାୟକ, ପ୍ରଶାନ୍ତ ରାଉତ, ଅଜିତ ରାଉତ, ଜଗବନ୍ଧୁ କାଣ୍ଡି, ବିଜୟ ମହାପାତ୍ର, ରତ୍ନାକର ବିଶ୍ୱାଳଙ୍କ ସମେତ ହାଟଡିହି ବ୍ଲକ, ଆନନ୍ଦପୁର ବ୍ଲକ ଓ ଆନନ୍ଦପୁର ମୁନିସିପାଲିଟିର ପ୍ରମୁଖ କର୍ମକର୍ତ୍ତା ମାନେ ଯୋଗଦେଇଥିଲେ।


