ବିଜେଡ଼ିର ସାଙ୍ଗଠନିକ ବୈଠକ ସହ ପଞ୍ଚାୟତ ସଭାପତିଙ୍କୁ ସମ୍ବର୍ଦ୍ଧନା

ପୋଲସରା (ଅନୀଲ କୁମାର ମହାରଣା) ପୋଲସରା ବ୍ଲକ ଅନ୍ତର୍ଗତ ବୁଢେଇସୁଣୀ ଗ୍ରାମର ଠାକୁରାଣୀ ମନ୍ଦିର ପ୍ରାଙ୍ଗଣରେ ମଇ ୧୬ ତାରିଖ ଦିନ ବିଜୁ ଜନତା ଦଳର ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗଦେଇ ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ପଞ୍ଚାୟତ ସ୍ତରରୁ ବିଜୁଜନତା ଦଳର ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ କର୍ମୀମାନଙ୍କୁ ଆହ୍ଵାନ ଦେଇଥିଲେ। ପୋଲସରା ନିର୍ବାଚନ ମଣ୍ଡଳୀର ପୋଲସରା ଓ ବୁଗୁଡ଼ା ବ୍ଳକରେ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ରଣନୀତି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହାସହିତ ସର୍ବସମ୍ମତି କ୍ରମେ କାହ୍ନୁଚରଣ ସାହୁଙ୍କୁ ପଞ୍ଚାୟତ ସଭାପତି ଭାବେ ବିଜେଡି ଦଳ ପକ୍ଷରୁ ଚୟନ କରାଯାଇଥିଲା । ଦଳକୁ ସୃଦୃଢ଼ କରିବା ପାଇଁ ପ୍ରତ୍ୟେକ ମାସରେ ବିଭିନ୍ନ ପଞ୍ଚାୟତରେ ସାଙ୍ଗଠନିକ ବୈଠକ କରାଯିବା ବୋଲି ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ପ୍ରକାଶ କରିଥିଲେ। ଏହି ଅବସରରେ କାହ୍ନୁଚରଣ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୋଲସରା ଉପାଧ୍ୟକ୍ଷ କାହ୍ନୁଚରଣ ପରିଡ଼ା,ବିଜେଡି ବ୍ଳକ ସଭାପତି ସୁରେନ୍ଦ୍ର ନାଥ ପ୍ରଧାନ, ଜିଲ୍ଲା ପରିଷଦ ମେମ୍ବର ଅଶୋକ ବିଷୋୟୀ ଓ ବିକ୍ରମ ନାୟକ,କେନ୍ଦୁବାଡି ସରପଞ୍ଚ ବିଜୟ ସ୍ବାଇଁ, ଗୋରାଚାନ୍ଦ ସାହୁ, କାର୍ତ୍ତିକ ଜେନା, ଘନଶ୍ୟାମ ଦାସ, ଟୁନା ସାହୁ, ରମେଶ ପ୍ରଧାନ, ବାସୁଦେବ ନାୟକ ସମେତ ବହୁ ଜନପ୍ରତିନିଧି ଓ ବିଜୁ ଜନତା ଦଳର କର୍ମୀ ବୃନ୍ଦ ଉପସ୍ଥିତ ଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ