ବିଜେପିର ସକ୍ରିୟ ସଦସ୍ୟ ସମ୍ମିଳନୀ

ହାଟଡିହି (ବିକାଶ ବିଶ୍ବାଳ): ଛେନାପଦି ଛକ ଠାରେ ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେପିର ସକ୍ରିୟ ସଦସ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଳା ବିଜେପି ସଭାପତି ଶୁକଦେବ ମହାନ୍ତଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମ୍ମିଳନୀରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ, ଆନନ୍ଦପୁରର ବିଜେପି ନେତା ଆଲୋକ ସେଠୀ, ପୁର୍ବତନ ନଗରପାଳ ରାମଚନ୍ଦ୍ର ସାହୁ, ଜିଲ୍ଲା ପରିଷଦ ଅସୀମା ମିଶ୍ର , ଜିଲ୍ଲା ଉପସଭାପତି ନିରାକାର ଦଳେଇ ପ୍ରମୁଖ ମଞ୍ଚାସିନ ହୋଇ  ସକ୍ରିୟ ସଦସ୍ୟ ମାନେ କିପରି ତୃଣମୂଳ ସ୍ତରରୁ ଦଳର ସଂଗଠନକୁ ଦୃଢୀଭୂତ କରିବେ ସେନେଇ ମାର୍ଗ ଦର୍ଶନ କରିଥିଲେ। ବିଶେଷ କରି  ଦଳର ସାଙ୍ଗଠନିକ ନିର୍ବାଚନ ସମାପ୍ତ ପରେ ଏହି ସମ୍ମିଳନୀ ହୋଇଥିବାରୁ ସଦସ୍ୟ ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଥିଲା। ନିର୍ବାଚନ ମଣ୍ଡଳୀର ସମସ୍ତ ଅଞ୍ଚଳରୁ ୪୮୦ଜଣ ସକ୍ରିୟ ସଦସ୍ୟ ଏହି ସମ୍ମିଳନୀରେ  ଉପସ୍ଥିତ ଥିଲେ। ଏବେ ଅନେକ ନୂତନ କର୍ମକର୍ତ୍ତା ଦଳରେ ସାମିଲ ହୋଇଥିବାରୁ ସେମାନଙ୍କୁ ମାର୍ଗଦର୍ଶନ କରାଇବା ଆବଶ୍ୟକ ବୋଲି ସାଂସଦ ଶ୍ରୀ ନାୟକ କହିଥିଲେ। ଜିଲ୍ଳା ସାଧାରଣ ସମ୍ପାଦକ ଜ୍ଞାନ ରଞ୍ଜନ ସାମନ୍ତ ସିଂହାର ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ଭଗବାନ ସାହୁ, ନିତ୍ୟାନନ୍ଦ ପହି, ସୁରେଶ ସାହୁ, ବିବେକା ନନ୍ଦ ରାଉତ, ଟୁକୁନା ମହାନ୍ତ, ଯଜ୍ଞ ପ୍ରସାଦ, ହର ମୋହନ ଶାଶିନି,  ସୁଶାନ୍ତ ଜେନା, ସୁମତୀ ଜେନା, ମିନତୀ ମହାପାତ୍ର , ତୃପ୍ତିମୟି ଜେନା, ଦିପ୍ତିମୟୀ ଖୁଣ୍ଟିଆ, ଟିକି କିସ୍କୁ, ମଧୁ ସୁଦନ ରାଉତ, ରୁଦ୍ର ପ୍ରସାଦ ଜେନା, ଯୋଗେନ୍ଦ୍ର ବେହେରା, ନିକୁଞ୍ଜ ଓଝା, ପ୍ରାଣକୃଷ୍ଣ ସାହୁ, ରବିନ୍ଦ୍ର ସାହୁ, ଦୀପ୍ତି ସାହୁ, ଅନାଦି ସାହୁ, ଚନ୍ଦ୍ରମଣି ସେଠୀ, ତପନ ପାତ୍ର, କାର୍ତ୍ତିକେଶ୍ୱର୍ ମହାନ୍ତ, ତନ୍ମୟ ସାହୁ, ହେମନ୍ତ ମହାନ୍ତ, ବିଜୟ ଜେନା, ପ୍ରକାଶ ମାଝି , ମାନସ ସାହୁ, କପିଳା ମଲ୍ଲିକ, ପ୍ରସାନ୍ତ ମହାପାତ୍ର, ହେମନ୍ତ ସାହୁ, ଦିଲ୍ଲିପ କୁମାର ବେଜ, ସୁଶାନ୍ତ ସାହୁ, ପ୍ରହଲ୍ଲାଦ ପ୍ରଭାସିନୀ ନାୟକ, ମାନସ 4ମହାନ୍ତ, ବିରଞ୍ଚି ମହାନ୍ତ, ବିଶ୍ବମ୍ବର ଦାସ, ଉଦ୍ଧବ ଓଝା, ଚିତ୍ତରଞ୍ଜନ ଜେନା, ଆଲୋକ ଦାସ, ଅଧର ବେହେରା, ଦୀପକ ଜେନା, ଆଲୋକ ଦାସ, ଅଭିମନ୍ୟୁ ପରିଡ଼ା, ଜଗନ୍ନାଥ ବାରିକ, ହରେକୃଷ୍ଣ ସ୍ବାଇଁ, ରାଜେନ୍ଦ୍ର ରାଉତ, ନାରାୟଣ ସାମଲ, ଅଜିତ ପଣ୍ଡା, ପ୍ରଭାତ ପୃଷ୍ଟିଙ୍କ ସମେତ ଅନେକ ବିଜେପି ନେତା ସାମିଲ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ