ବିଜେପି ପାଳିଲା ୪୬ତମ ପ୍ରତିଷ୍ଠା ଦିବସ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହନ୍ତ): କେନ୍ଦୁଝର ବିଜେପି ପାଳିଲା ଦଳର ୪୬ତମ ପ୍ରତିଷ୍ଠା ଦିବସ। ଏହି ପ୍ରତିଷ୍ଠା ଦିବସ ଉପଲକ୍ଷେ ଶତାଧିକ କାର୍ଯ୍ୟକର୍ତ୍ତା ଦଳର କେନ୍ଦୁଝର ଜିଲ୍ଲା କାର୍ଯ୍ୟାଳୟ ରେ ଉପସ୍ଥିତ ହୋଇ ଦଳୀୟ ପତାକା ଉତ୍ତୋଳନ କରିବା ସହିତ ଏକ ବୈଠକ ଯୋଗ ଦେଇଥିଲେ। ଏହି ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ଜିଲ୍ଲା ବିଜେପି ସଭାପତି ଶୁକଦେବ ମହାନ୍ତ ଏବଂ ତେଲକୋଇ ବିଧାୟକ ଡା. ଫୋକିର ମୋହନ ନାଏକ ଉପସ୍ଥିତ ରହି ଦଳୀୟ ପତାକା ଉତ୍ତୋଳନ କରିବା ସହିତ ବୈଠକରେ ଉପସ୍ଥିତ ଦଳୀୟ କାର୍ଯ୍ୟକର୍ତ୍ତା ମାନଙ୍କୁ ଉଦବୋଧନ ଦେଇଥିଲେ। ଜିଲ୍ଲା ବିଜେପି ମିଡ଼ିଆ ସଂଯୋଜକ ବ୍ରଜକିଶୋର ରାୟ ଏହି ବୈଠକରେ ମଞ୍ଚ ପରିଚାଳନା କରିଥିବା ବେଳେ ବରିଷ୍ଠ ନେତା ସୁବ୍ରତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ପରବର୍ତ୍ତୀ ସମୟରେ କାର୍ଯତାକର୍ତ୍ତା ମାନଙ୍କ ସହିତ ସଭାପତି ଶ୍ରୀ ମହାନ୍ତ ଏବଂ ବିଧାୟକ ଶ୍ରୀ ନାଏକ ମାଇନିଂ ସ୍ଥିତ ଶ୍ରୀରାମ ମନ୍ଦିର ଯାଇ ପ୍ରଭୁଙ୍କର ଆଶୀର୍ବାଦ ନେଇ ଜନତାଙ୍କ ସେବାରେ ବ୍ରତୀ ହେବାକୁ ପଣ ନେଇଥିଲେ। ବିଜେପି ରାଷ୍ଟ୍ରସେବା, ଅନ୍ତ୍ୟୋଦୟ ଏବଂ ବିଚାରଧାରାକୁ ସମର୍ପିତ ବିଶ୍ୱର ସବୁଠୁ ବଡ଼ ରାଜନୈତିକ ଦଳ ଭାରତୀୟ ଜନତା ପାର୍ଟିର ୪୬ତମ ପ୍ରତିଷ୍ଠା ଦିବସ ଅବସରରେ ଜନସେବାରେ ସମର୍ପିତ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଇଥିଲେ ଜିଲ୍ଲା ସଭାପତି ଶୁକଦେବ ମହାନ୍ତ।