କଳା ଦିବସ ପାଳନ କଲା ବିଜେପି
ହାଟଡିହି (ପାର୍ଥ ସୌରଭ ସା) :୧୯୭୫ମସିହାରେ ତତ୍କାଳୀନ ଇନ୍ଦିରା ଗାନ୍ଧୀ କଂଗ୍ରେସ ସରକାର ସାରା ଭାରତ ବର୍ଷରେ ଜରୁରୀ କାଳୀନ ପରିସ୍ଥିତି ଘୋଷଣା କରି ନିଜ ଗାଦି ବଞ୍ଚାଇବାକୁ ଉଦ୍ୟମ କରିଥିଲେ। ସମସ୍ତ ବିରୋଧୀ ନେତାଙ୍କୁ ଜେଲରେ ଭର୍ତ୍ତି କରି ସମ୍ବିଧାନ କୁ ହତ୍ୟା କରିଥିଲେ। ତାହାର ୫୦ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ବିଜେପି ଏହାକୁ କଳା ଦିବସ ଭାବେ ପାଳନ କରିଛି। ଆଜି ଦିନ ଅଢେ଼ଇଟା ବେଳେ ବିଜେପି ନେତା ଆଲୋକ ସେଠୀଙ୍କ ନେତୃତ୍ୱରେ ଶତାଧିକ କର୍ମୀ ବ୍ଲକ ଛକ ଠାରୁ ବାହାରି ବିଜେପି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ସମ୍ବିଧାନ ହତ୍ୟା ବିରୁଦ୍ଧରେ ବିଭିନ୍ନ ସ୍ଳୋଗାନ ମାନ ଦେଇଥିଲେ। ଏଥିରେ ବ୍ଲକର ପ୍ରତି ପଞ୍ଚାୟତ ର ବିଜେପି କର୍ମକର୍ତ୍ତା ମାନେ ସାମିଲ ହୋଇଥିଲେ। ଏଥିରେ ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ହରମୋହନ ଶାଶିନି, ସୁଶାନ୍ତ କୁମାର ଜେନା, ଯୋଗେନ୍ଦ୍ର ବେହେରା, ଅଧର ବେହେରା, ଶଶିକାନ୍ତ ରାଉତ, ଯୁଧିଷ୍ଠିର ମଲ୍ଲିକ, ରୁଦ୍ର ପ୍ରସାଦ ଜେନା, ଭବାନୀ ନାୟକ, ଭୀମସେନ ପେରେଇଙ୍କ ସମେତ ଶତାଧିକ ବିଜେପି କର୍ମୀ ସାମିଲ ହୋଇଥିଲେ।