ବିଜେପିର ୪୭ତମ ପ୍ରତିଷ୍ଠା ଦିବସ ପାଳିତ

ମୁନିଗୁଡ଼ା, (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡ଼ାର ସୌଣ୍ଡିକ ମଙ୍ଗଳ ଭବନ ପରିସରରେ ମୁନିଗୁଡା ବିଜେପି ମଣ୍ଡଳ ତରଫରୁ ବିଜେପିର ୪୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ମଣ୍ଡଳ ସଭାପତି ସୁବାସ ଗୌଡଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ପୂର୍ବତନ ଜିଲ୍ଲା ଉପ ସଭାପତି ରାମକୃଷ୍ଣ ପଣ୍ଡା,ସମ୍ମାନିତ ଅତିଥି ଜିଲ୍ଲା ଉପସଭାପତି ସୁଶୀଳା ସରାଫ,ସାଧାରଣ ସମ୍ପାଦକ ହରି କନ୍ଧପାଣି,ପୂର୍ବତନ ସରପଞ୍ଚ ଜଗା ଶବର, ବରିଷ୍ଠ ନେତା ତ୍ରିନାଥ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଅତିଥିମାନେ ବିଜେପିର ପ୍ରତିଷ୍ଠାତା ସଦସ୍ୟ ଓ ବରିଷ୍ଟ ନେତା ମାନଙ୍କ ତ୍ୟାଗ,ତପସ୍ୟା ଓ ସମର୍ପଣ ସହ ସେସମୟରେ ଦେଶର ସାଂପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଜେପି ଦଳର ସୃଷ୍ଟି କିପରି ଅପରିହାର୍ଯ୍ୟ ଥିଲା ସେ ବିଷୟରେ ସବିଶେଷ ବକ୍ତବ୍ୟ ରଖିଥିଲେ। ଏଥିସହ ଜୀବନବ୍ୟାପୀ ଶ୍ରମ,ସମର୍ପଣ ଓ ଅବଦାନ ବଳରେ ବିଜେପି ଦଳ ଆଜି ବିଶ୍ଵର ସର୍ବ ବୃହନ ରାଜନୈତିକ ଦଳ ଭାବେ ଉଭା ହୋଇଥିବା କହିବା ସହ ଏହି ଧାରାକୁ ଆଗକୁ ବଢେଇବା ପାଇଁ ଜୁବାବର୍ଗଙ୍କୁ ଆଗେଇ ଆସିବାକୁ ଅତିଥିମାନେ ଆହ୍ଵାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବିଜେପିର ଯୁବ ନେତା ପଞ୍ଚାନନ ସାହୁ,ରମେଶ ଗୌଡ଼, ରାକେଶ ଶିକା,ଗରିବ ଗରଡ଼ିଆ, ଭୋଳାନାଥ ଦୁବେ, ନରେନ୍ଦ୍ର ନାଗ,ଝୁଲୁଆ ନାୟକ,ବୃଷ ଭାଟ, ଜଳନ୍ଧର ବେହେରା,ଭଗି ବେହେରା,କାର୍ତ୍ତିକ ଗରଡ଼ିଆ ପ୍ରମୁଖଙ୍କ ସମେତ ଅନେକ ନେତା ଓ କର୍ମୀ ମାନେ ଉପସ୍ଥିତ ରହି ପରିଚାଳନା ଓ ସହଯୋଗ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ