ବିଜେପି ପକ୍ଷରୁ କାର୍ଗିଲ ବିଜୟ ଦିବସ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର):  ଦିଗପହଣ୍ଡି ଠାରେ ଶନିବାର ସନ୍ଧ୍ୟାରେ ବିଜେପି ପକ୍ଷରୁ କାର୍ଗିଲ୍ ବିଜୟ ଦିବସ ପାଳିତ ହୋଇଯାଇଛି।ସ୍ଥାନୀୟ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ପ୍ରାଙ୍ଗଣରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେପି ଶକ୍ତିକେନ୍ଦ୍ର କାର୍ଯ୍ୟକର୍ତ୍ତା ସୁଷମା ଗୌଡ଼ ଅଧ୍ୟକ୍ଷତା କରିଥିଲେ। କାର୍ଗିଲ ଯୁଦ୍ଧରେ ଦେଶ ମାତୃକା ର ସେବାରେ ନିୟୋଜିତ ଥିବା ସେନାବାହିନୀ ର ବହୁ ସଂଖ୍ୟକ ଯବାନ ସହୀଦ ହୋଇଥିଲେ।ଦିବଂଗତ ଯବାନ ମାନଙ୍କ ସ୍ମୃତିରେ କ୍ୟାଣ୍ଡେଲ ପ୍ରଜ୍ଜ୍ୱଳନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ପରିଷଦ ସଦସ୍ୟ ପରେଶ ଚନ୍ଦ୍ର ରଥ,ବ୍ରହ୍ମପୁର ଏମ.ପି ପ୍ରତିନିଧି ଭବାନୀ ଶଙ୍କର ପଣ୍ଡା,ବିଜେପି କାର୍ଯ୍ୟକର୍ତ୍ତା ଟୁନା ଚୌଧୁରୀ,ଦୟାନିଧି ନାହାକ,ଭୁବନେଶ୍ବର ପଣ୍ଡା,ଗଣେଶ ପଣ୍ଡା,ଶ୍ରୀକାନ୍ତ ମହାରଣା, ଆଶା ଦାସ, ଇ.ବିଶିକେଶନ ଙ୍କ ସମେତ ବହୁ ସଂଖ୍ୟକ ଦଳୀୟ କର୍ମୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ