ବିଜେପି ପକ୍ଷରୁ ଭଗବାନ ବିର୍ସା ମୁଣ୍ଡାଙ୍କର ୧୨୫ତମ ପୂଣ୍ୟତିଥି
ବୈପାରିଗୁଡା (ଓ୍ବାଇଏନଏସ) : ବୈପାରିଗୁଡା ବ୍ଲକ ଭାରତୀୟ ଜନତା ପାର୍ଟିର ଅନୁସୂଚିତ ଜନଜାତି ପକ୍ଷରୁ ଉନ୍ନୟନ ପରିଷଦ ପକ୍ଷରୁ ଭଗବାନ ବିର୍ସା ମୁଣ୍ଡାଙ୍କ ୧୨୫ତମ ପୂଣ୍ଯତିଥି ରେ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ପଶ୍ଚିମେଶ୍ବର ମନ୍ଦିର ପାଣଙ୍ଗ ଠାରେ ପାଳିତ ହୋଇଯାଇଛି । ଜିଲ୍ଲା ଆଦିବାସୀ ମୋର୍ଚ୍ଛା ସଭାପତି ନରେନ୍ଦ୍ର କାନ୍ଦୁଲିଆଙ୍କ ପୌରୋହିତ୍ୟ ରେ ଅନୁଷ୍ଠିତ ଏହି ପୂଣ୍ଯତିଥିରେ ଶ୍ରଦ୍ଧାଞ୍ଜଳି ଉତ୍ସବରେ ମୁଖ୍ୟ ଅତିଥି ଭାବେ କୋରାପୁଟ ବିଧାୟକ ରଘୁରାମ ମାଛ ଯୋଗଦେଇ ଭଗବାନ ବିର୍ସା ମୁଣ୍ଡାଙ୍କର ତ୍ୟାଗପୁତ ଜୀବନାଦର୍ଶ ଏବଂ ତାଙ୍କର ବାଣୀ ସଂପର୍କରେ ଆଲୋକପାତ କରିବା ସହ ତାଙ୍କ ପ୍ରଦର୍ଶିତ ମାର୍ଗରେ ପରିଚାଳିତ ହେବା ପାଇଁ ପରାମର୍ଶ ଦେଇଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ବିଜେପି ଜିଲ୍ଲା ସଭାପତି ଶିବ ମୁଦୁଲି, ସାଧାରଣ ସମ୍ପାଦକ ଜୟରାମ ଭୋଇ ,ଲଲିତ ପୂଜାରୀ ପ୍ରମୁଖ ଯୋଗଦେଇ ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବୈପାରୀଗୁଡା ମଣ୍ଡଳ ଆଦିବାସୀ ମୋର୍ଚ୍ଚା ସଭାପତି ଧନପତି ନାୟକ, ରାମଗିରି ମଣ୍ଡଳ ସଭାପତି ଦୈତାରୀ ବାରିକ, ଦଣ୍ଡବାଡ଼ି ମଣ୍ଡଳ ସଭାପତି ରାମଚନ୍ଦ୍ର ଚେରକିଆ, କୋଲାର ମଣ୍ଡଳ ସଭାପତି ମୋହନଲାଲ ଅଡାରି ପୂର୍ବତନ ସଭାପତି ଉମେଶ ଚନ୍ଦ୍ର ପଟ୍ଟନାୟକ, ଜଗତ ଆର୍ଲବ, ତ୍ରିଲୋଚନ ଖରା ପ୍ରମୁଖ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ଯକ୍ରମକୁ ବ୍ଲକର ବିଭିନ୍ନ ପଞ୍ଚାୟତର ଆଦିବାସୀ ବିଜେପି କର୍ମୀ ଉପସ୍ଥିତ ରହିଥିଲେ !