ବିଜେପି ପକ୍ଷରୁ ନିତନ୍ଜିତ୍ଙ୍କୁ ସମ୍ବର୍ଦ୍ଧନା
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ବାଙ୍ଗରପଦୀ ଗ୍ରାମର ଭାସ୍କର ଚନ୍ଦ୍ର ସାହୁ ଓ ଶିକ୍ଷୟିତ୍ରୀ ରଚନା ସାହୁଙ୍କ ପୁତ୍ର ବିସ୍ମୟ ବାଳକ ନିତନ୍ ଜିତ୍ ସାହୁ ୟୁପିଏସି ବିଦ୍ୟାର୍ଥୀଙ୍କ ପାଇଁ ପୁସ୍ତକ ଲେଖି ସମସ୍ତଙ୍କ ପ୍ରିୟ ପାତ୍ର ହୋଇ ପାରିଛନ୍ତି । ଗତ ତିନି ମାସ ମଧ୍ୟରେ ଦ ଲାଷ୍ଟ ଏକଜାମ୍ ପୁସ୍ତକ ଲେଖି ସେ ଏହି ସଫଳତାର ଅଧିକାରୀ ହୋଇଛନ୍ତି । ଏବେ ସେ ଭଦ୍ରକ ଏସବିଡିଣ୍ଟଇଣ୍ଟର ନ୍ୟାସନାଲ୍ ସ୍କୁଲରେ ସପ୍ତମ ଶ୍ରେଣୀରେ ପଢୁଛନ୍ତି । ମାତ୍ର ୧୧ ବର୍ଷ ବୟସରେ ସେ ଏହି ପୁସ୍ତକ ଲେଖି ଇଣ୍ଟର ନ୍ୟାସନାଲ୍ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇବା ପରେ ଭଣ୍ଡାରିପୋଖରୀ ବିଧାନସଭାର ବିଜେପି ନେତା ଡ.ସୁଧାଂଶୁ ଶେଖର ନାୟକ ନିତିନ୍ଜିତଙ୍କୁ ତାଙ୍କ ବାସ ଭବନରେ ଭେଟି ପୁଷ୍ପ ଗୁଚ୍ଛ ଉତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦେଇଥିଲେ । ନିତିନ୍ଜିତ୍ ଭବିଷ୍ୟତରେ ଆଇପିଏସ୍ ହୋଇ ଦେଶ ସେବା କରିବାର ଲକ୍ଷ୍ୟ ରଖିଛନ୍ତି ।