ବିଜେପି ପକ୍ଷରୁ ଚିତ୍ରଶିଳ୍ପୀ ନମିତା ବେହେରାଙ୍କୁ ସମ୍ବର୍ଦ୍ଧନା

ବନ୍ତ,(ଚାନ୍ଦିନୀ ମହାନ୍ତି): ବନ୍ତ ବ୍ଲକ ବି.ଟି ପୁର ପଞ୍ଚାୟତ ଇଲେଭେନ ଷ୍ଟାର କ୍ଲବ ପରିସରରେ ଇଣ୍ଡିଆ ବୁକ୍ ଅଫ ରେକର୍ଡ଼ସରେ ସ୍ଥାନ ପାଇଥିବା ଚକ୍ରାପାଢୀ ଗ୍ରାମର ଚିତ୍ରଶିଳ୍ପୀ ନମିତା ବେହେରାଙ୍କୁ ବନ୍ତ ବିଜେପି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ନାଟ୍ୟକାର ତଥା ଭଣ୍ଡାରିପୋଖରୀ ବିଧାନ ସଭା ବିଜେପି ନେତା ଡ଼ ସୁଧାଂଶୁ ଶେଖର ନାୟକ ଯୋଗ ଦେଇ ବରପୁତ୍ରର ମାଟି ଡ଼ ହରେକୃଷ୍ଣ ମହତାବ, ସାଂସଦ ରତ୍ନ ଭର୍ତ୍ତୃହରି ମହତାବ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ଅର୍ଜୁନ ଚରଣ ସେଠୀ, ବର୍ତ୍ତମାନର ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀଙ୍କ ପରେ ଏ ମାଟିର ଗୌରବ ବୃଦ୍ଧି କରିଛନ୍ତି ଚିତ୍ର ଶିଳ୍ପୀ ନମିତା ବେହେରା। ଭଦ୍ରକ ଚାରୁ କାରୁ କଳାରେ ଶିକ୍ଷା ସମାପ୍ତି ପରେ ନିଜର ଅଦମ୍ୟ ଇଛା ଶକ୍ତି ବଳରେ ୫ ଶହରୁ ଉର୍ଦ୍ଧ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସ୍ୱହସ୍ତରେ ଫଟୋଚିତ୍ର ଆଙ୍କି ପ୍ରଦାନ କରିବା ସହ ଇଣ୍ଡିଆ ବୁକ୍ ଅଫ ରେକର୍ଡ଼ସରେ ସ୍ଥାନ ପାଇବା ବାସ୍ତବରେ ଆମ ଅଞ୍ଚଳର ଗାରିମାକୁ ନମିତା ବୃଦ୍ଧି କରିପାରିିଛନ୍ତି ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ବିଜେପି ନାରୀନେତ୍ରୀ ତଥା ସମାଜ ସେବିକା ରିତାରାଣୀ ବେହେରା ଯୋଗ ଦେଇ ଚିତ୍ର ଶିଳ୍ପୀ ନମିତାଙ୍କ ଇଛାଶକ୍ତିକୁ ପୂରଣ କରିବାରେ ତାଙ୍କ ପିତା ରବିନ୍ଦ୍ରଙ୍କ ଧର୍ଯ୍ୟ ଓ ସାହାସକୁ ଆମେମାନେ ଗ୍ରହଣ କରି ସମାଜ ପାଇଁ କିଛି କରିପାରିଲେ ଏ ଜାତିର ଉନ୍ନତି ହୋଇପାରିବ ବୋଲି ସେ କହିଥିଲେ। ବରିଷ୍ଠ ସାମ୍ବାଦିକ ହେମନ୍ତ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଶିଷ୍ଟ ବ୍ୟବସାୟୀ ତଥା ଶ୍ୟାମଭାଇ ଲୁଗାବଜାରର ସତ୍ତ୍ୱାଧିକାରୀ ଶ୍ୟାମସୁନ୍ଦର ଗୁପ୍ତା, କବୟିତ୍ରୀ ଅନ୍ନପୂର୍ଣ୍ଣା ଦାଶ, ସମାଜସେବିକା ଶାନ୍ତିଲତା କର, ଆଗରପଡ଼ା ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ ସଭାପତି କୈଳାସ ଚନ୍ଦ୍ର ଧଳ, ସମ୍ପାଦକ ରଞ୍ଜନ ଦାସ, ବିଜେପି ମହତାବ ମଣ୍ଡଳ ସଭାପତି ଅମୁଲ୍ୟରତ୍ନ ନନ୍ଦ, ଜଗନ୍ନାଥ ପଣ୍ଡା, ଡ଼.ବର୍ଷା ବୈଶାଳିନୀ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । କବୟିତ୍ରୀ ଶାନ୍ତିଲତା କର ନମିତାଙ୍କ ଉଦେଶ୍ୟରେ କବିତା ପାଠ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ନାୟକ, ମୁଖ୍ୟ ବକ୍ତା ଶ୍ରୀମତୀ ବେହେରା ଏବଂ ବିଶିଷ୍ଠ ଅତିଥି ଶ୍ରୀ ଗୁପ୍ତା ସମ୍ବର୍ଦ୍ଧିତ ପ୍ରତିଭା ନମିତାଙ୍କୁ ବସ୍ତ୍ର, ଉପଢୈାକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦେଇଥିôଲେ। ଅନ୍ୟମାନଙ୍କ ମଧ୍ୟରେ ନାରୀ ନେତ୍ରୀ ସାବିତ୍ରୀ ସାହୁ, ବିଜେପି ନେତା ଗୋପାଳ କୃଷ୍ଣ ଦାଶ, ଶିକ୍ଷାବିତ୍ ଉପେନ୍ଦ୍ର ନାଥ ଶତପଥି, ବରିଷ୍ଠ ନାଗରିକ ଜଗନ୍ନାଥ ପଣ୍ଡା ପ୍ରମୁଖ ସମ୍ବର୍ଦ୍ଧନା ଦେବା ସହ ନମିତାଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ। ଉପେନ୍ଦ୍ର ଶତପଥି ମଞ୍ଚ ସଂଯୋଜନା, ବରିଷ୍ଠ ନାଗରିକ ସୁବାଷ ଦାଶ ଅତିଥି ପରିଚୟ, ସ୍ତମ୍ଭକାର ସୁବୋଧ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ବରିଷ୍ଠ ନାଗରିକ ମଦନ ମୋହନ ଦାଶ, ଆଇନଜୀବି ସୁରେନ୍ଦ୍ର କର, ଅଶୋକ ପରିଡ଼ା, ମଦନ ମୋହନ କଟୁଆଳ, ଜୟକୃଷ୍ଣ ସାହୁ, ଅତସୀ ପଣ୍ଡା, ବନମାଳୀ ନାୟକ, ଶ୍ୟାମ ସୁନ୍ଦର ଦାସ, ପ୍ରଶାନ୍ତ ପୁରୀ, ଶଶିକାନ୍ତ ପଣ୍ଡା, ପ୍ରତାପ ପଣ୍ଡା ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ