ଦିଗପହଣ୍ଡିରେ ଭାଜପା ପକ୍ଷରୁ ସମ୍ବର୍ଦ୍ଧନା ସଭା
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) :ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ରାଜପୁର ନିକଟ ଶ୍ରୀ ରାଧେଶ୍ୟାମ ଆଶ୍ରମ ପରିସରରେ ରବିବାର ଭାଜପା ଦିଗପହଣ୍ଡି ନଗର କମିଟି ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।ନଗର କମିଟି ସଭାନେତ୍ରୀ ସୁଷମା ଗୌଡ଼ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଭାଜପା ଗଞ୍ଜାମ ଜିଲା କମିଟି ସଭାପତି ସରୋଜ ସାବତ,ନବ ନିଯୁକ୍ତ ଉପସଭାପତି ତଥା ଦିଗପହଣ୍ଡି ବ୍ଲକ ର ପୂର୍ବତନ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ,ସମ୍ପାଦକ ରବୀନ୍ଦ୍ର ସେଠୀ,ପୂର୍ବତନ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଚିନ୍ମୟାନନ୍ଦ ଦାସ ମହାରାଜ,ନବନିଯୁକ୍ତ ସରକାରୀ ଓକିଲ ପରେଶ ଚନ୍ଦ୍ର ରଥ, ମଦନ ପାତ୍ର, ହେମନ୍ତ କୁମାର ପାଣିଗ୍ରାହୀ,ସନ୍ତୋଷ କୁମାର ସାହୁ,ବିଜୟ କୁମାର ପ୍ରଧାନ, ସିମାଞ୍ଚଳ ପ୍ରଧାନ,ଏମପି ପ୍ରତିନିଧି କେ.ହରିବନ୍ଧୁ ରେଡ୍ଡୀ, ଭବାନୀ ଶଙ୍କର ପଣ୍ଡା, ସନ୍ତୋଷ କୁମାର ଚୌଧୁରୀ ଙ୍କ ସମେତ ଭାଜପା ର ୬ ମଣ୍ଡଳ ସଭାପତି ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଭାଜପା ର ପ୍ରମୁଖ କାର୍ଯ୍ୟକର୍ତ୍ତା ଗୋପାଳକୃଷ୍ଣ ମଲ୍ଲିକ, ଭାଗିରଥି ଚୌଧୁରୀ,ଟୁନା ଚୌଧୁରୀ , ଦୟାନିଧି ନାୟକ, ଭୁବନେଶ୍ୱର ପଣ୍ଡା,ରାଜକିଶୋର ଚୌଧୁରୀ, ଇ. ବିଶିକେଶନ,ଶକ୍ତି ପାତ୍ର,ଆଇନଜୀବି ରାଜେନ୍ଦ୍ର ସାହୁ, ବନ୍ଦିତା ମହାରଣା,ସୁଷମା ଦାସ,ସ୍ନେହଲତା ବେହେରା,ଶ୍ରୀକାନ୍ତ ମହାରଣା,ନରେଶ ଚନ୍ଦ୍ର ରଥ,ଗଣେଶ ପଣ୍ଡା,ପ୍ରତାପ ଗୌଡ଼ ଓ ସୀମା ଦାସ ପ୍ରମୁଖ ଉପସ୍ଥିତ ଥିଲେ।ସଭାରେ ସାଙ୍ଗଠନିକ ଅଭିବୃଦ୍ଧି ନିମନ୍ତେ ସବିଶେଷ ଆଲୋଚନା କରାଯାଇଥିଲା।


