ବିଶ୍ୱବିଦ୍ୟାଳୟ ନିଷ୍ପତ୍ତିକୁ ବିଜେପି ନେତା ଅକ୍ଷୟଙ୍କ ସ୍ୱାଗତ

କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ଜିଲ୍ଲାରେ ଏକ ସରକାରୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ସହ ଏଠାରେ ଏକ ବୃହତ ଜାହାଜ ନିର୍ମାଣ କାରଖାନା ଓ ଜିଲ୍ଲାର ଆରାଧ୍ୟ ପ୍ରଭୁ ସିଦ୍ଧ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ପାଇଁ ସରକାର ନୀତିଗତ ନିଷତ୍ତି ନେଇଥିବାରୁ ବିଜେପି ଯୁବନେତା ଅକ୍ଷୟ କୁମାର ତରାଇ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଚଳିତ ବିଧାନସଭା ଅଧିବେଶନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ଏହି ତିନୋଟି ପ୍ରକଳ୍ପ ଘୋଷଣା କରିଥିବାରୁ ସରକାର ଏହି ଜିଲ୍ଲାକୁ ଗୁରୁତ୍ୱ ଦେଉଛନ୍ତି। ଏହାଦ୍ୱାରା ଜିଲ୍ଲାବାସୀଙ୍କ ବହୁ ଦିନର ଆଶା ଓ ଆଙ୍କାକ୍ଷା ପୂରଣ ହୋଇଛି ବୋଲି ଶ୍ରୀ ତରାଇ କହିଛନ୍ତି। ଗତ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିଲା ରାଜ୍ୟରେ ସରକାର ଗଠନ ହେବା ପରେ ତାହାକୁ ପାଳନ କରାଯାଇଛି। ଏଥିପାଇଁ ବିଜେପି ଯୁବନେତା ଶ୍ରୀ ତରାଇ ମହାକାଳପଡା ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ, ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓ ବିଭାଗୀୟ ମନ୍ତ୍ରୀମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ