ଡଅଁର ସମିତିରେ ଧାନମଣ୍ଡି ଉଦଘାଟନ କଲେ ବିଜେପି ନେତା

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ଡଅଁର ସମବାୟ ସମିତିରେ ଆଜି ଧାନମଣ୍ଡି ଉଦଘାଟିତ ହୋଇଯାଇଛି। ସମିତିର ସମ୍ପାଦକ ଉମାକାନ୍ତ ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜେପି ନେତା ଆଲୋକ ସେଠୀ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏଥିରେ ଗେଡ଼ମା ସରପଞ୍ଚ ପ୍ରତିନିଧି ସୁରେନ୍ଦ୍ର କାଣ୍ଡି, ଚାଷୀ ପ୍ରତିନିଧି ପ୍ରକାଶ ନାୟକ, ସୁରେନ୍ଦ୍ର ଦାସ, ମଣି ଚରଣ ନାୟକ ଚାଷୀ ଗଣେଶ୍ୱର ବେହେରା, ପାଗଳ ଖୁଣ୍ଟିଆ, ମହେଶ୍ୱର ଜେନା, ବିଦ୍ୟାଧର ଜେନା, ସଞ୍ଜୟ ପହିଙ୍କ ସମେତ ଅନେକ ଗ୍ରାମବାସୀ ଉପସ୍ଥିତ ଥିଲେ। ଏହି ସମିତି ଅଧୀନରେ ଥିବା ୪୦ଟି ଗ୍ରାମର ୨୭୧୯ ଜଣ ଚାଷୀ ଧାନ ବିକ୍ରି ପାଇଁ ନାମ ପଞ୍ଜିକୃତ କରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ , ୩୧ହଜାର କୁଇଣ୍ଟାଲ ଧାନ କ୍ରୟ ପାଇଁ ଟାର୍ଗେଟ ଆସିଛି । ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମୋଟ ଦୁଇଟି କ୍ରୟକେନ୍ଦ୍ର ଓ ଦୁଇଟି ଉପକେନ୍ଦ୍ର ଜରିଆରେ ଧାନ କିଣା ଯିବ ବୋଲି ସମ୍ପାଦକ ସୂଚନା ଦେଇଛନ୍ତି। ଡିଇଓ ଜୟନ୍ତ କୁମାର ସ୍ୱାଇଁ, ସୁନୀଲ କୁମାର ଜେନା, ଅମିତ କୁମାର ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ