ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଚାନ୍ଦବାଲିରେ ଦିଆଗଲା ସମ୍ବର୍ଦ୍ଧନା
ଆରଡି,(ଆଲୋକ ଚନ୍ଦ୍ର ନାୟକ) : ଚତୁର୍ଥ ଥର ପାଇଁ ବିଜେପିରେ ରାଜ୍ୟ ସଭାପତି ହେବା ପରେ ମଙ୍ଗଳବାର ନିଜ ନିର୍ବାଚନ ମଣ୍ଡଳୀ ଚାନ୍ଦବାଲି ଗସ୍ଥ ରେ ଆସିଥିଲେ ମନମୋହନ ସାମଲ। ସମଗ୍ର ନିର୍ବାଚନ ମଣ୍ଡଳୀ ରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।ନିର୍ବାଚନ ମଣ୍ଡଳୀ ଆରମ୍ଭ ତିହିଡି ବ୍ଲକର ବିନ୍ଧା ଛକ ଠାରୁ ଏକ ବିରାଟ ବାଇକ ଶୋଭାଯାତ୍ରା ରେ କର୍ମୀ ତଥା ଦଳୀୟ ନେତା ମାନେ ତାଙ୍କୁ ଚାନ୍ଦବାଲି ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ।ମନମୋହନଙ୍କ ସହିତ ନଗର ଉନ୍ନୟନ ମନ୍ତ୍ରୀ ଡ.କୃଷ୍ଣ ଚନ୍ଦ୍ର ମହାପାତ୍ର, ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ, ସାଂସଦ ଅଭିମନ୍ୟୁ ସେଠୀ, ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ବିଜେପି ଜିଲ୍ଲା ସଭାପତି ଭଗବାନ ପଣ୍ଡା ଙ୍କ ସମେତ ବହୁ ନେତା ସାମିଲ ହୋଇଥିଲେ। ପିରହାଟ ନୂଆବଜାର ଓ ପୁରୁଣା ବଜାର , ଗଦି, ଖେରଙ୍ଗ, ନାଲ ଗୁଣ୍ଡା, ଦିଗଚ୍ଛିଆ, ମତୋ ବଜାରରେ ବିଭିନ୍ନ ସଂଗଠନ, ମହିଳା ମଣ୍ଡଳ ସହ ଦଳୀୟ କର୍ମୀ ମାନେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ପରେ କାଳୀ ପଡିଆ ଠାରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା। ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ କମଳା କାନ୍ତ ସୁତାରଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା କୃଷକ ମୋର୍ଚ୍ଚା ରାଜ୍ୟ ସଂଯୋଜକ ଉପେନ୍ଦ୍ର ରାଉଳ ଅତିଥି ପରିଚୟ ପ୍ରଦାନ କରିଥିଲେ। ସମ୍ବର୍ଦ୍ଧନା ସଭାରେ ରାଜ୍ୟ ସଭାପତି କହିଥିଲେଯେ ଏହି ସମ୍ବର୍ଦ୍ଧନା ତାଙ୍କୁ ବେଶ୍ ଅଭିଭୂତ କରିଛି। ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ଗମନାଗମନ, ପାନୀୟ ଜଳ, ଜଳ ସେଚନ ଓ ଅନ୍ୟାନ୍ୟ ବହୁ ସମସ୍ୟା ରହିଛି। ତେଣୁ ତାଙ୍କ ସରକାର ରାଜ୍ୟରେ ଆସିଥିବାରୁଏ ସବୁର ସମାଧାନ ନିଶ୍ଚୟ ହେବ ବୋଲି ମନମୋହନ ଦୃଢୋକ୍ତି ପ୍ରକାଶ କରିଥିଲେ। ତେଣୁ ଦଳମତ ନିର୍ବିଶେଷରେ ଆଗାମୀ ଦିନରେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ବିକାଶ କ୍ଷେତ୍ରରେ ସମସ୍ତେ ସହଯୋଗର ହାତ ବଢ଼ାଇ ବାକୁ ସେ ଆହ୍ବାନ ଦେଇଥିଲେ। ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର ତାଙ୍କ ଅଭିଭାଷଣରେ ଏହି ସମ୍ବର୍ଦ୍ଧନାକୁ ଉଚ୍ଚ ପ୍ରଶଂସା କରିବା ସହିତ ଚାନ୍ଦବାଲି ଏନ୍ ଏ ସି କୁ ରାଜ୍ୟରେ ଏକ ମଡେଲ ଏନ୍ ଏ ସି ରେ ପରିଣତ କରିବା ସହ ଏଠାରେ ଅଟଳ ପାର୍କ ସାଙ୍ଗକୁ ଅଟଳ ବିହାରୀ ବାଜପେୟୀଙ୍କର ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ପ୍ରତିଷ୍ଠା ହେବ ବୋଲି ଘୋଷଣା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରାଷ୍ଟୀୟ କାର୍ଯ୍ୟକାରିଣୀ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ପାଣି, କାହୁ ଚରଣ ବେହେରା, ନିର୍ବାଚନୀ ମଣ୍ଡଳୀ ସଂଯୋଜକ କିଶୋର ନାୟକ,ଘଣ୍ଟେଶ୍ୱରୀ ମଣ୍ଡଳୀ ସଭାପତି ମିତ୍ରଭାନୁ ଦାସ, ଆରଡ଼ି ଜୋନ ସଭାପତି ସନ୍ଦୀପ ନାୟକ, ଚନ୍ଦନ ବଳ,ତ୍ରିଦୀବେଶ ପ୍ରଧାନ,ନୀଳମଣି ପଣ୍ଡା, ପାରିଷଦ ଚନ୍ଦନ ରାଉତ,ଶୀତ ମହାଳିକ, ଅର୍ଜିତ ପଣ୍ଡା, ଏନଏସି ଯୁବ ସଭାପତି ବିଳାସ ନାୟକ, ବିଶ୍ଵମୋହନ ଜେନା, ସ୍ମୁତି ରଞ୍ଜନ ନାୟକ,ରୁତୁରାଜ ଦାସ,ପ୍ରମୁଖ ଉପସ୍ଥିତ ଥିଲେ।