ବିଜେପି କର୍ମକର୍ତ୍ତାଙ୍କ ପରଲୋକ

ହାଟଡିହି (ବିକାଶ ବିଶ୍ବାଳ): ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ  ଶାଳନିଆଁ ମଣ୍ଡଳ ର ପୂର୍ବତନ ସଭାପତି ତଥା ଭାରତୀୟ ଜନତା ପାର୍ଟିର ଜଣେ ସମର୍ପିତ କାର୍ଯ୍ୟକର୍ତ୍ତା  ବଳଭଦ୍ର ବାରିକଙ୍କ ଆଜି ଦେହାନ୍ତ ଘଟିଛି । ସେ ଦୁଇ ଦୁଇ ଥର ଶାଳନିଆଁ ମଣ୍ଡଳର ସଭାପତି ଭାବେ ନିଷ୍ଠାର ସହିତ ଦାୟିତ୍ବ ନିର୍ବାହ କରିଥିଲେ। ସେ ଜଣେ ପରୋପକାରୀ, ମିଷ୍ଟଭାଷୀ ଓ ସହନଶୀଳ ବ୍ୟକ୍ତି ତଥା ଦକ୍ଷ ସଂଗଠକ ଥିଲେ। ସେ କିଛିଦିନ ଧରି ରୋଗରେ ପୀଡିତ ଥାଇ ଚିକିତ୍ସିତ ହେଉଥିଲେ। ପରଲୋକ ଖବର ପାଇ ବିଜେପି ରାଜ୍ଯ କାର୍ଯ୍ଯ କାରିଣୀ ସଦସ୍ୟ ତଥା ପୂର୍ବତନ ବିଧାୟକ ପ୍ରାର୍ଥୀ ଆଲୋକ ସେଠୀ , ବିଜେପି ନେତା ରାମଚନ୍ଦ୍ର ସାହୁ, ଜିଲ୍ଲା ସମ୍ପାଦକ ନିରାକାର ଦଲେଇ , ସାଂସଦ ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର , ଜିଲ୍ଲା ପରିଷଦ ସଦସ୍ୟ  ଅସୀମା ମିଶ୍ର,  ବେଲବାହାଳି ସରପଞ୍ଚ  ଦୀପ୍ତି ସାହୁ , ଅନାଦି ସାହୁ, ଯୋଗେନ୍ଦ୍ର ବେହେରା, ପ୍ରଶାନ୍ତ ମହାପାତ୍ର, ହରମୋହନ ଶାସିନୀ, ପିଣ୍ଟୁ ଧଳ, ମିନତୀ ଧଳ, ନୃସିଂହ ପାଢି, ଦୀପକ ଜେନା, ଦୀପ୍ତିମୟୀ ଖୁଣ୍ଟିଆ, ହରେକୃଷ୍ଣ ସ୍ଵାଇଁ, ଜଗନ୍ନାଥ ବାରିକ, ଆଲୋକ ଦାସ, ଅଧର ବେହେରା, ରାମଚନ୍ଦ୍ର ପାତ୍ର, ଯୁଧିଷ୍ଠିର ମଲ୍ଲିକ, ଶଶିକାନ୍ତ ରାଉତ, ପୀତବାସ ଜେନା, ରବିନ୍ଦ୍ର ମଲ୍ଲିକ, ବିଚିତ୍ର ନାୟକ, ଧନେଶ୍ଵର ରାଉତ, କହ୍ନେଇ ଦାସ, ସତ୍ୟ ସାହାଣୀ, ହେମନ୍ତ ସାହୁ, ରମାକାନ୍ତ ସାହୁ, ରାଜେଶ ସେଠୀ ଦେବାଶିଷ ବେହେରା, ପ୍ରଫୁଲ୍ଲ ସେନାପତି, ଗୌରାଙ୍ଗ ମଲ୍ଲିକ, ରମାକାନ୍ତ ନାୟକ, ମଣିଆ ଜେନା , ସୁରେନ୍ଦ୍ର  ଦାସ, ରୁଦ୍ର ଜେନା ରମାକାନ୍ତ ମଲ୍ଲିକ, ଆଲୋକ ରାଉତ, ଗୋପାଳ ସେନାପତି, କିଶୋର ସ୍ଵାଇଁ, ତୁଷାରକାନ୍ତ ମହାପାତ୍ର, ଚନ୍ଦ୍ରମଣି କାଣ୍ଡି, ସୁଭାଦ୍ରି ବଳୀଆର୍ ସିଂ, ଚିକୁ ବେହେରା , ଅରବିନ୍ଦ୍  ଦାସ, ବସନ୍ତ ଦାସ, ଅମୂଲ୍ୟ ରାଉତ, ଜଗନ୍ନାଥ  ପାତ୍ର, ସନାତନ ଜେନା,  କାଳନ୍ଦି ନାୟକ, ମହେନ୍ଦ୍ର ସାହୁ , ପ୍ରଫୁଲ୍ଲ ଜେନା, ଅନନ୍ତ ବେହେରାଙ୍କ ସମେତ ଶହ ଶହ କର୍ମକର୍ତ୍ତା ତାଙ୍କକଳିଗାଁ ସ୍ଥିତ ବାସଭବରେ  ପହଞ୍ଚି ଶେଷ ଦର୍ଶନ କରିଥିଲେ। ତାଙ୍କ ବିୟୋଗ ଦଳ ପାଇଁ ଅପୂରଣୀୟ କ୍ଷତି ବୋଲି ସାଂସଦ ଅନନ୍ତ ନାୟକ କହିଛନ୍ତି। ତାଙ୍କ ମରଶରୀରକୁ ଗ୍ରାମ ପରିକ୍ରମା କରିବା ପରେ ଗାଁ ଶ୍ମଶାନରେ ସଂସ୍କାର କରଯାଇଥିଲା। ତାଙ୍କ ଏକମାତ୍ର ପୁଅ ଆଶୁତୋଷ ବାରିକ  ମୁଖାଗ୍ନି  ଦେଇଥିବା ବେଳେ ଗ୍ରାମବାସୀ ଓ ପରିବାର ଲୋକେ ସଂସ୍କାର କାର୍ଯ୍ୟରେ ସାମିଲ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ