ବୁଗୁଡ଼ା ଏନଏସିରେ ବିଜେପି କାର୍ଯ୍ୟକର୍ତ୍ତା ସମ୍ମିଳନୀ ଓ ମିଶ୍ରଣ ପର୍ବ
ବୁଗୁଡା, (ଅନୀଲ କୁମାର ମହାରଣା) : ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୁଗୁଡ଼ା ସହରର ବଡ଼ଦାଣ୍ଡଠାରେ ଆୟୋଜିତ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଓ ବଡ଼ ଧରଣର ମିଶ୍ରଣ ପର୍ବ ନଗର ସଭାପତି କେଦାରନାଥ ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଉକ୍ତ କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ଯମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇଥିଲେ । ବିଜେପି କର୍ମୀମାନଙ୍କୁ ନେଇ ଏକ କାର୍ଯ୍ୟକର୍ତ୍ତା ସମ୍ମିଳନୀ ହୋଇଥିବା ବେଳେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ଼ ନେତୃତ୍ୱ ଏବଂ ମାନ୍ୟବର ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ବିକଶିତ ଓଡି଼ଶା ଗଠନ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଅଞ୍ଚଳର ଶତାଧିକ ଅନ୍ୟ ଦଳର କର୍ମୀ ବିଜେପିରେ ଯୋଗଦେଇଥିଲେ। ସମସ୍ତ ନୂତନ ସଦସ୍ୟଙ୍କୁ ମନ୍ତ୍ରୀ ଶ୍ରୀ ମଲ୍ଲିକ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ଭାରତୀୟ ଜନତା ପାର୍ଟିରେ ସାମିଲ କରାଇଥିଲେ। ଦଳର ଆଭିମୁଖ୍ୟ ପ୍ରତି ସଚେତନ ହୋଇ ଆପଣମାନେ ଦଳକୁ ଅଧିକ ସଙ୍ଗଠିତ ଓ ସୁଦୃଢ଼ କରିବେ ବୋଲି ମୋର ବିଶ୍ବାସର ସହିତ ଆଶା ପ୍ରକଟ କରିଥିଲେ ମନ୍ତ୍ରୀ। ପୂର୍ବତନ କାଉନସିଲ ବ୍ରଜ ବିହାରୀ ପ୍ରଧାନ ଓ କେ ସୁକୁଟା ପାତ୍ର, ବୁଗୁଡ଼ା ନଗରପାଳ ଚିତ୍ରସେନ ପ୍ରଧାନଙ୍କ ଧର୍ମପତ୍ନୀ ନମିତା ପ୍ରଧାନ, ଏ ବେଣୁ ଗୋପାଳ ରାଓ, କେ ଗୋପାଳ ପାତ୍ର, କେ ଅର୍ଜୁନ ରେଡ୍ଡୀ, କେ ଶତ୍ରୁଘ୍ନ ରେଡ୍ଡୀ, କେ ସନ୍ତୋଷ ରେଡ୍ଡୀ, ବାବୁଲା ସ୍ବାଇଁ, ଶିତାଂଶୁ ପଟ୍ଟନାୟକ, ବୈକୁଣ୍ଠ ପାତ୍ରଙ୍କ ସମେତ ୪୦୦ ଶହରୁ ଉର୍ଦ୍ଧ ବ୍ୟକ୍ତି ବିଜେପିରେ ଯୋଗଦେଇଥିଲେ। ବ୍ଳକ ଅଧ୍ୟକ୍ଷାଙ୍କ ପ୍ରତିନିଧି କେ ନିଳମାଧବ ଆଚାରୀ, ଉପାଧ୍ୟକ୍ଷ ମାନସ ପ୍ରଧାନ, ଆଇନଜୀବୀ ହରପ୍ରସାଦ ଦାସ, ସମାଜସେବୀ ଧରଣୀଧର ପଣ୍ଡା, ସନ୍ତୋଷ ସାହୁ, ଜୟନ୍ତୀ ପଢିଆରୀ, ବସନ୍ତ ଦଳେଇ, ସଞ୍ଜୀବ ପାତ୍ର, ହରିକୃଷ୍ଣ ସାହୁ, କୃଷ୍ଣଚନ୍ଦ୍ର ମହାପାତ୍ର ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ।


