ବିଜେପିର ୪୭ ତମ ପ୍ରତିଷ୍ଠା ଦିବସ

ବାଲେଶ୍ବର(ସରୋଜ ପଣ୍ଡା): ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଈଶ୍ଵର ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଆଜି ଖାନନଗର ସ୍ଥିତ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଦଳର ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଉଦଘାଟିତ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ବେହେରାଙ୍କ ଦ୍ୱାରା ଦଳୀୟ ପତାକା ଉତ୍ତୋଳନ ଏବଂ ସାମୁହିକ ବନ୍ଦେ ମାତରମ୍ ଗାନ ପରେ ସମବେତ କର୍ମୀବୃନ୍ଦଙ୍କୁ ସମ୍ବୋଧିତ କରିବା ପରେ କାର୍ଯ୍ୟାଳୟ ଓ ଆଖପାଖ ଅଞ୍ଚଳରେ ବୃକ୍ଷରୋପଣ କରାଯାଇଥିଲା। ସମ୍ମୀଳନୀ କକ୍ଷରେ ଆୟୋଜିତ ସାଧାରଣ ସଭାରେ ଦଳର ୬୦ ବର୍ଷରୁ ଉର୍ଦ୍ଧ୍ୱ କର୍ମୀଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସଭାପତି ଓ ସାଂସଦ ତାଙ୍କ ଉଦବୋଧନରେ କର୍ମୀମାନଙ୍କୁ ଦଳର ଇତିହାସ, ରାଷ୍ଟ୍ରୀୟ ଚେତନା, ବଳିଦାନ, ଦୀର୍ଘ ବର୍ଷର ସଂଘର୍ଷ ବିଷୟରେ ଆଲୋକପାତ କରିଥିଲେ। ଲକ୍ଷ ଲକ୍ଷ କର୍ମୀଙ୍କ ତ୍ୟାଗ ତପସ୍ୟା ଓ ବଳିଦାନର ଫଳସ୍ୱରୂପ ଭାରତୀୟ ଜନତା ପାର୍ଟି ଆଜି ବିଶ୍ୱର ସର୍ବବୃହତ ରାଜନୈତିକ ଦଳର ମାନ୍ୟତା ପାଇଛି, ଏହା କେବଳ ଏକ ଉପଲବ୍ଧି ନୁହେଁ ବରଂ ଏହା ହେଉଛି ଦାଇତ୍ୱ, ନାଗରିକଙ୍କ ସାମଗ୍ରିକ ବିକାଶ ପାଇଁ ଓ ଦେଶକୁ ପରମବୈଭବଶାଳୀ କରିବା ପାଇଁ ଗୁରୁ ଦାୟିତ୍ୱ। ୨୦୪୭ ସୁଦ୍ଧା ଦେଶକୁ ବିକଶିତ ଭାରତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଆହ୍ୱାନକୁ ସାକାର କରିବା ପାଇଁ ସମସ୍ତଙ୍କୁ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ସାଧାରଣ ସମ୍ପାଦକ ଚନ୍ଦ୍ରଶେଖର ନନ୍ଦ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ସମ୍ପାଦକ ଚିତ୍ତରଞ୍ଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ