ବିଜେପି ସଦର ନିର୍ବାଚନମଣ୍ଡଳୀ ଶାଖା ପକ୍ଷରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମ ଦିବସ ପାଳିତ

ବାଲେଶ୍ବର(ସରୋଜ ପଣ୍ଡା): ଓଡିଶାର ଯୁବ ମାନସର ପ୍ରତୀକ ଭାବେ ପରିଚିତ ଭାରତ ସରକାରଙ୍କ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମ ଦିବସକୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ସମଗ୍ର ରାଜ୍ୟରେ ପାଳନ କରାଯାଉଛି । ଏହି କ୍ରମରେ ବାଲେଶ୍ୱର ଠାରେ ବିଜେପି ସଦର ନିର୍ବାଚନମଣ୍ଡଳୀ ଶାଖା ପକ୍ଷରୁ ସ୍ଥାନୀୟ ରାଣୀପାଟଣା ସ୍ଥିତ ଦୃଷ୍ଟିହୀନଙ୍କ ନିମନ୍ତେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ଶ୍ରୀ ପ୍ରଧାନଙ୍କ ଜନ୍ମଦିବସ ପାଳନ କରାଯାଇଥିବା ଲକ୍ଷ୍ୟ କରାଯାଇଛି । ବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ସଦର ବିଧାୟକ ମାନସ କୁମାର ଦତ୍ତ ଯୋଗଦେଇଥିଲେ । ଏଥିରେ ଶ୍ରୀ ଦତ୍ତବିଦ୍ୟାଳୟର ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ଗହଣରେ ଓଡିଆ ସଂସ୍କୃତିର ପରିଚାୟକ ପୋଡ ପିଠା କାଟି ଶ୍ରୀ ପ୍ରଧାନଙ୍କ ଉଦ୍ଦେଶ୍ୟରେ ଜନ୍ମ ଦିବସର ଶୁଭେଚ୍ଛା ଜଣାଇଥିଲେ । ଓଡିଶାର ବିକାଶରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ । ଏହା ସହିତ ସମଗ୍ର ଦେଶରେ କେନ୍ଦ୍ରର ନରେନ୍ଦ୍ର ମୋଦିଙ୍କ ସରକାରଙ୍କ ବିଭିନ୍ନ ବିଭାଗର ଦାୟିତ୍ୱ ନିର୍ବାହ ସହ ରାଷ୍ଟ୍ର ସେବା ପାଇଁ ସମର୍ପିତ ଶ୍ରୀ ପ୍ରଧାନ ଆମ ସମସ୍ତଙ୍କୁ ପ୍ରେରଣା ଦେଇଚାଲିଛନ୍ତି ବୋଲି ବିଧାୟକ ଶ୍ରୀ ଦତ୍ତ କହିଥିଲେ । ମହାପ୍ରଭୁ ଶ୍ରୀ ଜଗନ୍ନାଥ ଶ୍ରୀ ପ୍ରଧାନଙ୍କ ସରଳ ଓ ସୁସ୍ଥ ତଥା ନିରାୟମ ଜୀବନ ପ୍ରଦାନ ସହ ରାଷ୍ଟ୍ର ସେବା ନିମିତ୍ତ ତାଙ୍କର ଚଲାପଥ କୁସୁମିତ କରିବା ନିମନ୍ତେ ପ୍ରାର୍ଥନା କରିଥିଲେ । ତାଙ୍କ ଦୀର୍ଘ ରାଜନୈତିକ ଜୀବନରେ ଓଡିଶାରେ ଅସୀମିତ ବିକାଶ କାର୍ଯ୍ୟ ସମ୍ପନ୍ନ ହେଉ ବୋଲି ବିଧାୟକ ଶ୍ରୀ ଦତ୍ତ କାମନା କରିଥିଲେ । ପରେ ବିଧାୟକ ଶ୍ରୀ ଦତ୍ତ ଓ ଦଳୀୟ କର୍ମକର୍ତ୍ତାମାନେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଉପକରଣ ସହ ସ୍କୁଲ ବ୍ୟାଗ ପ୍ରଦାନ କରିଥିଲେ । ଏହି ଅବସରରେ ଦୃଷ୍ଟିହୀନ ଛାତ୍ରଛାତ୍ରୀମାନେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଉଦ୍ଦେଶ୍ୟରେ ଆକର୍ଷଣୀୟ ଜନ୍ମଦିବସର ସଙ୍ଗୀତ ଗାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ପର୍ଶୁରାମ ବେହେରା, ଗୌରାଙ୍ଗ ଦାସ, ବିଜେପି ରାଜ୍ୟ ସମ୍ପାଦିକା ସିପ୍ରା ବାଜପେୟୀ, ଚିତ୍ତରଞ୍ଜନ ପଣ୍ଡା, ସର୍ବେଶ୍ୱର ମହାନ୍ତି, ଅନନ୍ତ ନାୟକ, କାଉନସିଲର ସତ୍ୟଶିବ ସୁନ୍ଦର ଦାସ, ନିତ୍ୟଗୋପାଲ ସିଂ, ସସ୍ମିତା ନାଥ, ଗୌରୀ ଦାଶ, ଭାରତୀ ପାତ୍ର, ଉପେନ୍ଦ୍ର ଶତପଥୀ, ଜୟ ପ୍ରକାଶ ଦାଶ, ମନୋହର ପେରିୱାଲ, ସର୍ବେଶ୍ୱର ପାତ୍ର, ବିକାଶ ପାଢୀ, ପ୍ରବୀର ଶଙ୍କର ଦାଶ, ରାଜେନ୍ଦ୍ର ଚାଟାର୍ଜୀ, ଧୀରଜ ମହାନ୍ତି, ସୌଭାଗ୍ୟ ମାନସ ନାୟକ, ପବନ କମିଳା, ଦୁର୍ଗା ବେହେରା, ସୌମ୍ୟ ଶଙ୍କର ଦାଶ, ବିଜୟ ପୃଷ୍ଟି, କାହ୍ନୁ ମହାଳିକ, ରାକେଶ ପାଢୀ, ପିଂଟୁ ପାଣିଗ୍ରାହୀ, ଶ୍ରୀହରି ଶୁକ୍ଲା, ମହେଶ ସିଂହ ପ୍ରମୁଖଙ୍କ ସହ ଦଳର ବହୁ କର୍ମୀ ଉପସ୍ଥିତ ଥିଲେ । ରାଣୀପାଟଣା ସ୍ଥିତ ଦୃଷ୍ଟିହୀନଙ୍କ ନିମନ୍ତେ ବିଦ୍ୟାଳୟର ଅଧ୍ୟକ୍ଷ ଦିବାକର ସଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ