ବିଜେପିର ଗାଁକୁ ଚାଲ ଅଭିଯାନ

ନିମାପଡ଼ା, (ସନ୍ତୋଷ କୁମାର ଦାଶ) : ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚାରିଛକ ମଣ୍ଡଳ ର ତୁଳସୀପୁର ପଞ୍ଚାୟତ ରେ ବିଜେପି ପକ୍ଷରୁ ଗାଁ କୁ ଚାଲ ଅଭିଯାନ ଅନୁଷ୍ଠିତ ହୋଇଥିଲା। ବିଜେପି ର ତୁଳସୀପୁର ପଞ୍ଚାୟତ ସଭାପତି କୈଳାସ ଚନ୍ଦ୍ର କରଙ୍କ ନେତୃତ୍ୱରେ ଆୟୋଜିତ ଗାଁକୁ ଚାଲ ଅଭିଯାନ ରେ ଚାରିଛକ ମଣ୍ଡଳ ସଭାପତି ପ୍ରଭାତ କୁମାର ନାୟକ, ପୂର୍ବତନ ସରପଞ୍ଚ ଭଗବାନ ମିଶ୍ର, ବରିଷ୍ଠ ନେତା ବିଶ୍ଵନାଥ ତ୍ରିପାଠୀ, ଯୁବନେତା ମାନସ କୁମାର ସାହୁ, ଘନଶ୍ୟାମ ଦାସ,ଅରକ୍ଷୀତ ଭୋଇ, ଜ୍ୟୋତିରଂଜନ ପାତ୍ର,ମଙ୍ଗୁଳିଚରଣ ସାହୁ, ଗନୁ ବାରିକ,ବାବାଜି ମହାନ୍ତି, ଜାକିର ଖାଁ, ରିଙ୍କୁ ସେଠୀଙ୍କ ସମେତ ଶତାଧିକ କର୍ମୀ ତୁଳସୀପୁର ର ମା ଦୁର୍ଗା ଠାକୁରାଣୀଙ୍କ ନିକଟରୁ ବାହାରି ତୁଳସୀପୁର ଓ ଭଇଁଚି ଗୋରଚି, ଅମରେଶ୍ଵର ଆଦି ଗ୍ରାମକୁ ଯାଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଜନକଲ୍ୟାଣ ଯୋଜନା, ରାଜ୍ୟରେ ମୋହନ ସରକାରଙ୍କ ସୁଶାସନକୁ ‘ ଜନସାଧାରଣଙ୍କୁ ଅବଗତ କରାଇବା ସହିତ ଆସନ୍ତା ପଞ୍ଚାୟତ ନିର୍ବାଚନରେ ବିଜେପି ପ୍ରାର୍ଥୀ ମାନଙ୍କୁ ବିଜୟୀ କରିବାକୁ ଅନୁରୋଧ କରିଥିଲେ । ଏହି ଅବସରରେ କର୍ମୀ ମାନେ ଅମରେଶ୍ଵର ମନ୍ଦିର ପରିସର ସଫେଇ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ