ଇଞ୍ଚୋଳରେ ବିଜେପିର ମିଶ୍ରଣ ପର୍ବ: ସାମିଲ ହେଲେ ଶତାଧିକ କର୍ମୀ
ହାଟଡିହି (ଓ୍ବାଇଏନଏସ): ଏବେ କଂଗ୍ରେସ ଓ ବିଜେଡି ଦଳର ନେତା,କର୍ମୀ ଏବଂ ଛାମୁଆ ନେତାମାନେ ସ୍ୱତଃ ପ୍ରବୃତ ଭାବେ ବିଜେପି ମୁଁହା ହୋଇଛନ୍ତି। ପ୍ରତିଦିନ କିଛିନା କିଛି ଲୋକ ବିଜେପିରେ ସାମିଲ ହେଉଥିବା ଦେଖିବାକୁ ମିଳିଛି। ଗତ ନଭେମ୍ବରରେ ପଞ୍ଚୁଗୋଛିଆ ପଞ୍ଚାୟତର ସରପଞ୍ଚଙ୍କ ସମେତ ୫୦ ରୁଉର୍ଦ୍ଧ କର୍ମୀ ବିଜେପିରେ ମିଶିଥିବା ବେଳେ ଆଜି ଇଞ୍ଚୋଳ ପଞ୍ଚାୟତରେ ଶତାଧିକ ଭିନ୍ନ ଭିନ୍ନ ଦଳର କର୍ମୀ ବିଜେପିରେ ସାମିଲ ହୋଇଛନ୍ତି। ବଞ୍ଚୋ ମଣ୍ଡଳ ସଭାପତି ହରେକୃଷ୍ଣ ସ୍ୱାଇଁଙ୍କ ସଂଯୋଜନାରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ଆନନ୍ଦପୁରର ବିଜେପି ନେତା ଆଲୋକ ସେଠୀ, ସାଧାରଣ ସମ୍ପାଦକ ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ବରିଷ୍ଠ ବିଜେପି ନେତା ରାମଚନ୍ଦ୍ର ସାହୁ, ମହିଳା ନେତ୍ରୀ ମିନତୀ ଧଳ ମହାପାତ୍ର, ଦିପ୍ତିମୟୀ ଖୁଣ୍ଟିଆ, ତୃପ୍ତିମୟୀ ଜେନା ପ୍ରମୁଖ ଯୋଗଦେଇ ବିଜେପିରେ ସାମିଲ ହୋଇଥିବା କର୍ମୀ ମାନଙ୍କୁ ଦଳୀୟ ଟୋପି ଓ ଉତ୍ତରୀୟ ପିନ୍ଧାଇ ସ୍ୱାଗତ କରିଥିଲେ। ଏହି ପଞ୍ଚାୟତରେ ଆଗାମୀ ଦିନରେ ତୃଣମୂଳ ସ୍ତରରୁ ବିଜେପି କୁ ଅଧିକ ସୁଦୃଢ କରାଯିବ ତାହା ଉପରେ ବିଜେପି ନେତୃବୃନ୍ଦ ଗୁରୁତ୍ୱ ଦେଇଥିଲେ।


