ନାଉଗାଁ ବ୍ଳକରେ ବିଜେପିର ମିଶ୍ରଣ ପର୍ବ
ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଡେରିକି ପଂଚାୟତରେ ବିଜେପି ଜିଲ୍ଲା ସଭାପତି ପ୍ରତାପ କୁମାର ମିଶ୍ରଙ୍କ ନେତୃତ୍ୱରେ ମିଶ୍ରଣ ପର୍ବ ଶନିବାର ଆୟୋଜନ କରାଯାଇଥିଲା। ଏହି ମିଶ୍ରଣ ପର୍ବରେ ସାଂସଦ ବିଭୁ ପ୍ରସାଦ ତରାଇ, ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଉପେନ୍ଦ୍ରନାଥ ବିଶ୍ୱାଳ, ବିଜେପି ପୂର୍ବତନ ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର ପ୍ରମୁଖ ଯୋଗ ଦେଇଥିବା ବେଳେ ସ୍ଥାନୀୟ ବିଜେପି ବିଧାୟକ ଅମରେନ୍ଦ୍ର ଦାସ ଅନୁପସ୍ଥିତ ଥିଲେ। ଯାହାକୁ ନେଇ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ମିଶ୍ରଣ ପର୍ବରେ ସମାଜସେବୀ ଦିପକ ବିଶ୍ୱାଳଙ୍କ ସମେତ ବିଭିନ୍ନ ଦଳର ଶତାଧିକ କର୍ମୀ ସାମିଲ ହୋଇଥିଲେ। ଏହି ଅବସରରେ ସମାଜସେବୀ ଦୀପକ ବିଶ୍ୱାଳଙ୍କ ନେତୃତ୍ୱରେ ସାଂସଦ ଶ୍ରୀ ତରାଇ, ଜିଲ୍ଲା ସଭାପତି ଶ୍ରୀ ମିଶ୍ର, ପୂର୍ବତନ ସଭାପତି ଶ୍ରୀ ମହାପାତ୍ରଙ୍କୁ ଏକ ବାଇକ ଶୋଭାଯାତ୍ରାରେ ନାଉଗାଁ ବ୍ଲକଛକରୁ ସ୍ୱାଗତ କରାଯାଇ ଡେରିକିସ୍ଥିତ ସଭାସ୍ଥଳ ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ। ପରେ ଜିଲ୍ଲା ସଭାପତି ମିଶ୍ରଙ୍କ ସଭାପତିତ୍ୱରେ ମିଶ୍ରଣ ପର୍ବ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଂସଦ ତରାଇ ଯୋଗ ଦେଇ ନାଉଗାଁ ବ୍ଲକରେ ଦଳୀୟ ସଂଗଠନକୁ ମଜୁବୁତ୍ କରିବା ପାଇଁ ହେଲେ ଦୀପକ ବିଶ୍ୱାଳଙ୍କ ଭଳି ଯୁବ ନେତୃତ୍ୱ ଆସିଲେ ନିଶ୍ଚିତ ଭାବେ ବିଜେପି ଶକ୍ତିଶାଳୀ ହେବ ଏବଂ ଆଗାମୀ ପଂଚାୟତ ନିର୍ବାଚନରେ ବିଜେପି ପଂଚାୟତି ସମିତି ଗଠନ କରିବ ବୋଲି ମତବ୍ୟକ୍ତ କରିଥିଲେ। ଏଥିରେ ସମାଜସେବୀ ଦୀପକ ବିଶ୍ୱାଳଙ୍କ ନେତୃତ୍ୱରେ ଭିକାରୀ ଚରଣ ସ୍ୱାଇଁ,ରୋହିତ ପରିଡା, ଦୀପକ ଜେନା, ନିତ୍ୟାନନ୍ଦ ବିଶ୍ୱାଳ, ବିନୟ ଭୂଷଣ ମହାପାତ୍ର, ଚିତରଂଜନ ମହାନ୍ତି, ଦିଲ୍ଲିପ ମହାରଣା, ପ୍ରଫୁଲ ସାହୁ, ରଂଜନ କୁମାର ମଲ୍ଲିକ, ସହଦେବ ପାଳ, ତପନ ବିଶ୍ୱାଳ, ପ୍ରତାପ ଦାସଙ୍କ ସମେତ ଶତାଧିକ ବିଭିନ୍ନ ଦଳୀୟ କର୍ମୀ ବିଜେପିରେ ସାମିଲ ହୋଇଥିଲେ। ଉପସ୍ଥିତ ଅତିଥିମାନଙ୍କ ଦ୍ୱାରା ଦଳୀୟ ଉତରୀୟ ଓ ଟୋପି ପିନ୍ଧା ଯାଇ ବିଜେପିରେ ସାମିଲ କରାଯାଇଥିଲା। ବିଶ୍ୱର ଅଦିତ୍ୟ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଆଦର୍ଶ,ବଳିଷ୍ଠ ନେତୃତ୍ୱ, ବୈପ୍ଲବିକ ପଦକ୍ଷେପକୁ ବିଶ୍ୱାସକୁ ନେଇ ବିଜେପି ଦଳରେ ସାମିଲ ହୋଇଥିବା ଦୀପକ ବିଶ୍ୱାଳ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରଣୀ ସଦସ୍ୟ ସଂଜୟ ମହାନ୍ତି, ଜିଲ୍ଲା ସାଧାରଣ ସଂପାଦକ ଗଣେଶ ପ୍ରସାଦ ମହାନ୍ତି, ଜଗତସିଂହପୁର ପୌର ଉପାଧ୍ୟକ୍ଷ ରାଜେନ୍ଦ୍ର ବିଶୋଇ, ନାଉଗାଁ ମଣ୍ଡଳ ସଭାପତି ନିଗମାନନ୍ଦ ପରିଡା, ଅଲଣା ମଣ୍ଡଳ ସଭାପତି ମନୋଜ ପରିଡା,ଓବିସି ମୋର୍ଚ୍ଚା ମଣ୍ଡଳ ସଭାପତି ଭୀମସେନ ବିଶ୍ୱାଳ, ମଣ୍ଡଳ ସାଧାରଣ ସଂପାଦକ ଧରଣୀଧର ସ୍ୱାଇଁ, ମଣ୍ଡଳ ସାଧାରଣ ସଂପାଦକ ତ୍ରିଲୋଚନ ବରାଳ,ସଲିଳ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ।


