ଗେଡ଼ମାରେ ବିଜେପିର ମିଶ୍ରଣ ପର୍ବ: ସରପଞ୍ଚ ସଭ୍ୟଙ୍କ ସମେତ ୩ ଶହରୁ ଉର୍ଦ୍ଧ ସାମିଲ

ହାଟଡିହି (ଓ୍ବାଇଏନଏସ): ଆନନ୍ଦପୁର ନିର୍ବାଚନ ମଣ୍ଡଳୀରେ ଦିନକୁ ଦିନ ବିଜେପିର ଶକ୍ତି ବୃଦ୍ଧି ଘଟୁଛି। ନିର୍ବାଚନ ନହୋଇ ମଧ୍ୟ ଗୋଟିଏ ପରେ ଗୋଟିଏ ପଞ୍ଚାୟତ ଦଖଲ କରି ଚାଲିଛି। ଗତ କିଛି ମାସ ଭିତରେ ଷଡ଼ଙ୍ଗ, ଶାସଙ୍ଗ, ଅକରୁଆ, ପଞ୍ଚୁଗୋଛିଆ, ଶାଳଣିଆଁ ଆଦି ପଞ୍ଚାୟତରେ ସରପଞ୍ଚ ଙ୍କ ସମେତ ଶହ ଶହ ସମର୍ଥକ ବିଜେପିରେ ସାମିଲ ହୋଇଥିବା ବେଳେ ଆଜି ହାଟଡିହି ବ୍ଲକ  ଗେଡ଼ମାରେ ବିଜେପି ର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ବିଜେଡି ନେତା ବାବୁଲା କାଣ୍ଡିଙ୍କ ନେତୃତ୍ୱରେ ଏହି ପଞ୍ଚାୟତର ସରପଞ୍ଚ ଶିଲାରାଣୀ କାଣ୍ଡି, ନାଏବ ସରପଞ୍ଚ ଆନନ୍ଦ ସାହୁ, ୱାର୍ଡ ସଭ୍ୟ ଉମାକାନ୍ତ ଦାସ, ବିଘ୍ନରାଜ ମହାନ୍ତି, ରବୀନ୍ଦ୍ର ଜେନା ଆରତୀ ଜେନା,ମନୋରମା ଦାସ, ପଦ୍ମାବତୀ ସାହୁ, ପ୍ରାଚୀ ପୁରବୀ ନାୟକ, ନିତ୍ୟାନନ୍ଦ ଜେନା ଓ ହାବଳେଶ୍ୱର ପଞ୍ଚାୟତର ସମିତି ସଭ୍ୟ ତାରିଣୀ ପ୍ରସାଦ ସେନାପତି, ସମାଜସେବୀ ସଞ୍ଜୟ ପଲେଇ, ମନୋରଞ୍ଜନ ଦାସ, ସୁରେନ୍ଦ୍ର କାଣ୍ଡି, ଅମିତ ଦାସ ଙ୍କ ସମେତ ୩୦୦ରୁ ଉର୍ଦ୍ଧ ବିଜେଡି ଓ କଂଗ୍ରେସର ଛାମୁଆ କାର୍ଯ୍ୟକର୍ତ୍ତା ବିଜେପିରେ ଯୋଗଦେଇଛନ୍ତି।  ଓଡ଼ିଶାରେ ମୋହନ ସରକାରଙ୍କ ସ୍ଵଚ୍ଚ ଓ ଲୋକାଭିମୁଖୀ ଶାସନ ବ୍ୟବସ୍ଥା ସହ କେନ୍ଦୁଝର ସାଂସଦ ଅନନ୍ତ ନାୟକଙ୍କ ଦକ୍ଷ ନେତୃତ୍ୱ ଓ କେନ୍ଦୁଝର ର ବିକାଶ ପାଇଁ ଅଦମ୍ୟ ପ୍ରାୟସରେ ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ ହୋଇଛନ୍ତି ବୋଲି ନବାଗତ ମାନେ ମତବ୍ୟକ୍ତ କରିଥିଲେ! ଏହି ଅବସରରେ ଆନନ୍ଦପୁର ର ବିଜେପି ନେତା ଆଲୋକ ସେଠି, ଜିଲ୍ଲା ସାଧାରଣ ସମ୍ପାଦକ ଜ୍ଞାନରଞ୍ଜନ ସାମନ୍ତ ସିଂହାର,  , ଶାଳଣିଆ ମଣ୍ଡଳ ସଭାପତି ଜଗନ୍ନାଥ ବାରିକ ବରିଷ୍ଠ ନେତା ଯୁଧିଷ୍ଠିର ମଲ୍ଲିକ, ସୁଶାନ୍ତ ଜେନା, ଶଶିକାନ୍ତ ରାଉତ, ଭୀମସେନ ପେରେଇ, ଗୋପାଳପୁର କୃଷ୍ଣ ସେନାପତି, ପ୍ରଭାକର ଜେନା, ରମାକାନ୍ତ ମଲ୍ଲିକ, ବିଚିତ୍ର ନାୟକ, ଅନ୍ତର୍ଯ୍ୟାମୀ ଖଣ୍ଡେଇ, ସଂଯୁକ୍ତା ଜେନା ପ୍ରମୁଖ ନବାଗତଙ୍କୁ ଦଳୀୟ ଟୋପି ଓ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ ଜଣାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ