ହାଟଡିରେ ବିଜେପି ର ମିଶ୍ରଣ ପର୍ବ, ଯୋଗଦେଲେ ୨୦ ରୁ ଉର୍ଦ୍ଧ୍ଵ ଭିନ୍ନ ଦଳର କର୍ମୀ

ହାଟଡିହି (ଓ୍ବାଇଏନ,ସ):୨୭/୧୦ ଆଜି ହାଟଡିହି ବିଜେପି କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଯାଇଛି। ଏହି ମିଶ୍ରଣ ପର୍ବରେ ଶାଳନିଆ, ଆଇତିପୁର, କଳିଗାଁ, ଅଁରା ଆଦି ଗ୍ରାମର ୨୦ରୁ ଉର୍ଦ୍ଧ ଲୋକ ବିଜେଡି ଓ କଂଗ୍ରେସ ଛାଡି ବିଜେପିରେ ଯୋଗଦେଇଛନ୍ତି। ସାଂସଦ ପ୍ରତିନିଧି ଜ୍ଞାନରଞ୍ଜନ ସାମନ୍ତ ସିଂହାରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ଆନନ୍ଦପୁର ବିଜେପି ନେତା ଆଲୋକ ସେଠି, ବରିଷ୍ଠ ବିଜେପି ନେତା କୈଳାସ ସାମଲ, ଦୀପକ ଜେନା,  ଯୁଧିଷ୍ଠିର ମଲ୍ଲିକ,ରାଜେଶ ସେଠି  ପ୍ରମୁଖ ନବାଗତଙ୍କୁ ଦଳୀୟ ଟୋପି ଓ ଉତ୍ତରୀୟ  ଦେଇ ଦଳକୁ ସ୍ୱାଗତ ଜଣାଇଥିଲେ।ଗତ କିଛିଦିନ ଭିତରେ ଦୁଇ ଶହରୁ ଉର୍ଦ୍ଧ ଛାମୁଆ କର୍ମକର୍ତ୍ତା ବିଜେଡି ଓ କଂଗ୍ରେସ ଦଳ ଛାଡି ବିଜେପିରେ ସାମିଲ ହେଲେଣି ବୋଲି ବିଜେପି ନେତା ଆଲୋଜ ସେଠି ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ