ହାଟଡିରେ ବିଜେପିର ମିଶ୍ରଣ ପର୍ବ: ଯୋଗଦେଲେ ୩୦ ରୁ ଉର୍ଦ୍ଧ୍ଵ ଭିନ୍ନ ଦଳର କର୍ମୀ
ହାଟଡିହି (ଓ୍ବାଇଏନଏସ): ହାଟଡିହି ବିଜେପି କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଯାଇଛି। ଏହି ମିଶ୍ରଣ ପର୍ବରେ କାର୍ତ୍ତିକେଶ୍ୱର ଖଣ୍ଡେଇ, ନାରାୟଣ ପରିଡା, କିଶୋର ଜେନା, ଗୌରାଙ୍ଗ ଜେନା, ନବଘନ ଦାସ, ଅଶୋକ ଦାସ, ରମେଶ ଦାସ, ପ୍ରଦୀପ ଦାସ, କିଶୋର ଦାସ, ଜୟକୃଷ୍ଣ ଦାସ, ବିଜୟ ଦାସ, ନବଘନ ଖଣ୍ଡେଇ, ଶ୍ରୀଧର ବେହେରା, ଗୋପାଳ ପରିଡା, ଶ୍ୟାମ ଶଙ୍ଖୁଆ, ଅଜୟ ଦାସ, ପଦ୍ମନାଭ ଦାସ, ରମାକାନ୍ତ ଦାସ, କାଳନ୍ଦୀ ଜେନା, ବ୍ରଜ କିଶୋର ଜେନା, ନାରାୟଣ ଜେନାଙ୍କ ସମେତ ଅଁରା ଗ୍ରାମର ୩୦ରୁ ଉର୍ଦ୍ଧ ଲୋକ ବିଜେଡି ଓ କଂଗ୍ରେସ ଛାଡି ବିଜେପିରେ ଯୋଗଦେଇଛନ୍ତି। ସାଂସଦ ପ୍ରତିନିଧି ଜ୍ଞାନରଞ୍ଜନ ସାମନ୍ତ ସିଂହାରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ଆନନ୍ଦପୁର ବିଜେପି ନେତା ଆଲୋକ ସେଠି, ବରିଷ୍ଠ ବିଜେପି ନେତା ରାମଚନ୍ଦ୍ର ସାହୁ, କୈଳାସ ସାମଲ, ଅଭିମନ୍ୟୁ ପରିଡା, ଯୁଧିଷ୍ଠିର ମଲ୍ଲିକ,ବଂଚୋ ମଣ୍ଡଳ ସଭାପତି ହରେକୃଷ୍ଣ ସ୍ୱାଇଁ ପ୍ରମୁଖ ନବାଗତଙ୍କୁ ଦଳୀୟ ଟୋପି ଓ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ ଜଣାଇଥିଲେ।


