ନନ୍ଦିପଦାରେ ବିଜେପିର ମିଶ୍ରଣ ପର୍ବ
ହାଟଡିହି (ପାର୍ଥ ସୌରଭ ସା) ରାଜ୍ୟରେ ସରକାର ପରିବର୍ତନ ପରେ ଏବେ ସବୁ ବିଜେପି ମୁଁହା। ପ୍ରତି ଗାଁ ଓ ପଞ୍ଚାୟତରେ ଏବେ ଅନେକ ଲୋକ ଭିନ୍ନ ଭିନ୍ନ ଦଳ ଛାଡି ବିଜେପିରେ ସାମିଲ ହେଉଥିବା ଦେଖିବାକୁ ମିଳିଛି। ଆଜି ଓରାଳି ପଞ୍ଚାୟତ ନନ୍ଦିପଦା ଶିବମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ଏକ ମିଶ୍ରଣ ପର୍ବ ଶତାଧିକ ଲୋକ ବିଜେପିରେ ସାମିଲ ହୋଇଥିଲେ। ଗ୍ରାମର ଗୋଲେଖ ନାୟକ, ରାମଚନ୍ଦ୍ର ଦାସ, ଯୁଧିଷ୍ଠିର ଦାସ, ଅଭିମନ୍ୟୁ ଦାସ, ଶିବନାରାୟଣ ଦାସ, ପ୍ରମୋଦ ଦାସ, ପ୍ରଭାତ ଦାସ, ଶାନ୍ତୁନୁ ଦାସ, ସୁବାସ ଦାସ, ମନୋରଞ୍ଜନ ବେହେରା,ଦେବବ୍ରତ ବେହେରା, ରତ୍ନାକର ଦାସ, ହରିହର ବେହେରା, ରତ୍ନାକର ସେନାପତି, କୈଳାଶ ଦାସ, ଦେବେନ୍ଦ୍ର ଦାସ, ପ୍ରଫୁଲ ଜେନା, ସୁଶାନ୍ତ ବେହେରା, ପ୍ରଦୀପ୍ତ ଶାସିନ, ସୁଦୀପ୍ତ ଶାସିନ, ଶ୍ରୀକାନ୍ତ ଦାସ, ମଧୁସୂଦନ ଜେନା, ସାରଙ୍ଗ ଦାସ, ମଣ୍ଟୁ ଦାସ, ସୁବ୍ରତ ବେହେରା, ଅଶୋକ ବେହେରା, ପ୍ରତାପ ଶାସିନ, ଶ୍ରୀରାମ ଦାସ, ଦେବକାନ୍ତ ସେନାପତି, ବୁଟୁ ଦାସ, ଅଲେଖ ବେହେରା, ଜ୍ୟୋତିରଂଜ ବେହେରା, ଧନେଶ୍ୱର ଜେନା, ରୁଦ୍ର ଦାସ, ଗତିରଞ୍ଜନ ପଢ଼ିଆରୀ, ଦେବବ୍ରତ ରାଉତ, ସୁରଥ ଦାସ, ଲଷ୍ମୀଧର ନାୟକ, ଶୁଭେନ୍ଦୁ ସେନାପତି ଙ୍କ ସମେତ ଶତାଧିକ ଲୋକ ବିଜେପି ରେ ସାମିଲ ହେଲେ। ମୋହନ୍ ସରକାର ଲୋକଙ୍କ ପାଇଁ କାମ କରୁଥିବାରୁ ସେମାନେ ମୋହନ ସରକାରଙ୍କ ଉପରେ ଓ ସ୍ଥାନୀୟ ବିଜେପି ନେତା ଆଲୋକ ସେଠୀଙ୍କ ଉପରେ ଆସ୍ଥା ପ୍ରକଟ କରି ବିଜେପିରେ ସାମିଲ ହୋଇଥିବା କହିଛନ୍ତି। ଆନନ୍ଦପୁର ବିଧାନସଭାର ବିଜେପି ନେତା ଆଲୋକ ସେଠି, ମଣ୍ଡଳ ସଭାପତି ହରେକୃଷ୍ଣ ସ୍ୱାଇଁ, ବରିଷ୍ଠ କାର୍ଯ୍ୟକର୍ତ୍ତା ଶଶିକାନ୍ତ ରାଉତ , ସୁଶାନ୍ତ ଜେନା ପ୍ରମୁଖ ନବାଗତ ମାନଙ୍କୁ ଦଳୀୟ ଟୋପି ଓ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ ଜଣାଇଥିଲେ।