ନାଉଗାଁରେ ବିଜେପିର ‘ ମା’ ପାଇଁ ଗଛଟିଏ’ କାର୍ଯ୍ୟକ୍ରମ
ନାଉଗାଁ,(ଓ୍ବାଇଏନଏସ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ ତମ ଜନ୍ମଦିନ ପାଳନ ଅବସରରେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ବିଜେପି କୃଷକ ମୋର୍ଚ୍ଚା ଆନୁକୁଲ୍ୟରେ ନୂଆଗାଁ ପଂଚାୟତସ୍ଥିତ ଖଇରାବସ୍ତତ ଠାରେ ଥିବା ଏକ ଫାର୍ମରେ ବିଜେପି ଜିଲ୍ଲା ସଭାପତି ପ୍ରତାପ କୁମାର ମିଶ୍ରଙ୍କ ନେତୃତ୍ୱରେ ‘ମା ପାଇଁ ଗଛଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ପ୍ରକାର ଔଷଧୀୟ ଚାରାରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ଜୟଲକ୍ଷ୍ମୀ ମହାନ୍ତି,ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ତପନ ବେହେରା, ଗୀତାଞ୍ଜଳି ଦାସ, ସ୍ମିତା ଦାସ,ଜିଲ୍ଲା କୃଷକ ମୋର୍ଚ୍ଚା ସଂଯୋଜକ ବିଭୁତି ଭୂଷଣ ଆଚାର୍ଯ୍ୟ, ସୁବୋଧ ରାୟ, ଦେବାଶିଷ ମହାନ୍ତି, କଳ୍ପନା ସର୍ଜନସିଂ, ଶିଶିର ସିଂ, ନିର୍ଲିପ୍ତ ଜେନା, ଜଗନ୍ନାଥ ଦାସ ପ୍ରମୁଖ ଉପସ୍ଥିତ ରହି ଚାରାରୋପଣ କରିଥିଲେ।