ବନବାସୀ କଲ୍ୟାଣ ଆଶ୍ରମ ତରଫରୁ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ

ମୁନିଗୁଡ଼ା, (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ଅନ୍ତର୍ଗତ ମୁନିଖୋଲ ନିକଟସ୍ଥ ବନବାସୀ କଲ୍ୟାଣ ଆଶ୍ରମ ତରଫରୁ ଓ ନୂଆ ଦିଲ୍ଲୀ ସ୍ଥିତ ରମେଶ ଚନ୍ଦ୍ର ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟ ଆର୍ଥିକ ସହାୟତାରେ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି,ବନବାସୀ କଲ୍ୟାଣ ଆଶ୍ରମ ପ୍ରାନ୍ତ ସଂଗଠନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ଭାଟିଙ୍କ ପ୍ରତ୍ୟକ୍ଷ ତତ୍ବବଧାନ ଏବଂ ରାୟଗଡ଼ା ଜିଲ୍ଲା ସଂଯୋଜକ ଉତ୍ସବ ଚନ୍ଦ୍ର ଭୋଇଙ୍କ ସଂଯୋଜନାରେ ଅନୁଷ୍ଠିତ ବଣ୍ଟନ କାର୍ଯ୍ୟକ୍ରମରେ ଅତିଥିଭାବେ କ୍ଷେତ୍ର ସଂଗଠନ ମନ୍ତ୍ରୀ ବିଶ୍ଵାମିତ୍ର ମହନ୍ତ,ସମ୍ମାନିତ ଅତିଥି ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ବେହେରା,ସ୍ତମ୍ଭକାର ମନୋରଞ୍ଜନ ଦଳାଇ, ମଣ୍ଡଳ ସଭାପତି ସୁବାସ ଗୌଡ଼ ପ୍ରମୁଖ ଉପସ୍ଥିତ ରହି ମୁନିଗୁଡା ବ୍ଲକ ଅନ୍ତର୍ଗତ ମୁନିଖୋଲ, ବୁରୂଜୁଗୁଡ଼ା ଓ ରାଯୁଲୁଗୁଡ଼ା ତିନୋଟି ବନବାସୀ ଗ୍ରାମରେ ପହଞ୍ଚି ଗରିବ ବୃଦ୍ଧା ଓ ମହିଳା ମାନଙ୍କ ସମେତ ଆବଶ୍ୟକ ଲୋକଙ୍କୁ ୧୦୨ଟି କମ୍ବଳ ସେବା ସମର୍ପଣ ଭାବରେ ବଣ୍ଟନ କରିଥିଲେ,ପରେ ଏହି ସେବା ଓ ସମର୍ପଣ କାର୍ଯ୍ୟର ଉଦେଶ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ,ଏଥିସହ ନିୟମଗିରି ପାଦ ଦେଶରେ ବସ ବାସ କରୁଥିବ ଆଦିମ ସଭ୍ୟତାର ଆଦିମ ଜନଜାତି ଡଙ୍ଗରିଆ କନ୍ଧ ମାନଙ୍କ ସରଳ ଜୀବନ ଯାପନ,ସଂସ୍କୃତି ପ୍ରତି ପ୍ରତିବଦ୍ଧତା ଓ ପରିବେଶ ସୁରକ୍ଷା ପ୍ରତି ସଦିଚ୍ଛା ବହୁ ପ୍ରଭାବିତ କରିଥିବା କହିବା ସହ ଏହି ସେବା ସମର୍ପଣ ଅଭିଯାନ ଆଗାମୀ ଦିନରେ ଅନ୍ୟ ବନବାସୀ ଗ୍ରାମ ମାନଙ୍କରେ ମଧ୍ୟ ଜାରି ରହିବ ବୋଲି ପ୍ରକାଶ କରିଥିଲେ,ଉକ୍ତ କାର୍ଯ୍ୟକ୍ରମକୁ ସ୍ବେଛାସେବୀ ଭି.ଭାନୁ ରାଓ, ଭୋଲାନାଥ ଦୁବେ,ଗଣପତି ସୂର୍ଯ୍ୟଙ୍କ ସହ ୩ଟି ଗ୍ରାମର ଯୁବକମାନେ ପରିଚାଳନା ଓ ସହଯୋଗ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ