ସରକାରୀ ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ: ତିନିମୁହାଣୀ-ନୂଆବସଷ୍ଟାଣ୍ଡ ରାସ୍ତା ଉପରେ ବାଲିଗଦା

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ସରକାରଙ୍କ ନୀତି ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ କରାଯାଇ କେନ୍ଦ୍ରାପଡା ସହରର ମୁଖ୍ୟରାସ୍ତାରେ ବାଲିଗଦା କରାଯାଇଛି। ଅଭିଯୋଗ ଅନୁଯାୟି ତିନିମୁହାଣୀ- ନୂଆବସଷ୍ଟାଣ୍ଡ ମୁଖ୍ୟ ରାସ୍ତାର କଜଳାସ୍ଥିତ ଟିପିସିଓଡିଏଲ କାର୍ଯ୍ୟାଳୟ ଓ ଅର୍ବାନବ୍ୟାଙ୍କ କାର୍ଯ୍ୟାଳୟ ମଧ୍ୟରେ ଥିବା ରାସ୍ତା ଉପରେ ପ୍ରାୟ ତିନି ଟ୍ରକ ବାଲି ଗଦା ହୋଇଥିବା ଦେଖିବାକୁ ମିଳିଛି। ଫଳରେ ସେହି ରାସ୍ତାଟି ସଙ୍କୀର୍ଣ୍ଣ ହୋଇଯିବାରୁ ସେହି ରାସ୍ତା ଦେଇ ଗାଡିମଟର ଓ ପଥଚାରୀମାନେ ଯିବା ଆସିବା କରିବାରେ ଗୁରୁତର ବାଧା ସୃଷ୍ଟି ହୋଇଛି। ସ୍ଥାନୀୟ ଅଧିବାସୀଙ୍କ ପକ୍ଷରୁ ଏନେଇ କେନ୍ଦ୍ରାପଡା ତହସିଲଦାର ଓ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲେ ମଧ୍ୟ ଅଦ୍ୟାବଧି କୈାଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗ କରିଛନ୍ତି। ଏସମ୍ପର୍କରେ କେନ୍ଦ୍ରାପଡା ତହସିଲଦାର କୁଇନି ଜେନାଙ୍କୁ ପଚାରିବାରୁ ସେ କହିଲେ ଏସମ୍ପର୍କରେ ସେ ଅଭିଯୋଗ ପାଇଛନ୍ତି। ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ