ଜାତୀୟ ମତଦାତା ଦିବସରେ ସମ୍ବର୍ଦ୍ଧିତ ହେଲେ ବିଏଲଓ ଜିତେନ୍ଦ୍ର ବେହେରା
ହାଟଡିହି(ଓ୍ବାଇଏନଏସ): ଜାତୀୟ ମତଦାତା ଦିବସରେ ସମ୍ବର୍ଦ୍ଧିତ ହେଲେ ହାଟଡିହି ବ୍ଲକ ୨୧୪ ନମ୍ବର କାହାଳିଆ ଗଡିଆ ବୁଥର ବିଏଲଓ ଜିତେନ୍ଦ୍ର ବେହେରା। ଆଜି କେନ୍ଦୁଝର ଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ, ହାଟଡିହି ବିଡ଼ିଓ ଙ୍କ ଉପସ୍ଥିତିରେ ତାଙ୍କୁ ମାନପତ୍ର ଓ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରିଥିଲେ। ବର୍ତମାନ ଭାରତର ନିର୍ବାଚନ ଆୟୋଗ ଓ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଓଡିଶାଙ୍କ ନିର୍ଦେଶ କ୍ରମେ ଚାଲୁଥିବା ଏସ ଆଇ ଆର ମ୍ୟାପିଙ୍ଗ କାର୍ଯ୍ୟକୁ ସୁଚାରୁରୂପେ ସମ୍ପାଦନ କରିବା ସହ ଜିଲ୍ଲା ସ୍ତରରେ ପ୍ରଥମ ସ୍ଥାନ ହାସଲ କରି ହାଟଡିହି ବ୍ଲକ ତଥା ଆନନ୍ଦପୁର ଉପଖଣ୍ଡ ପାଇଁ ଗୌରବ ଆଣିଛନ୍ତି। ଏପରି ସଫଳତା ପାଇଁ ହାଟଡିହି ବ୍ଲକ ର ବିଡ଼ିଓ ରଞ୍ଜନ କୁମାର ପରିଡା, ବ୍ଲକ ଜିପିଡିଓ ଦେବଜ୍ୟୋତି ଦାସ ବିଏଲଓ ଜିତେନ୍ଦ୍ର ବେହେରାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।


