କୋଠଘର ନିର୍ମାଣ ସକାଶେ ବ୍ଲକ ଅଧ୍ୟକ୍ଷାଙ୍କ ଦ୍ୱାରା ଭିତ୍ତି ପ୍ରସ୍ଥର ସ୍ଥାପନ

 ଛତ୍ରପୁର (ଓ୍ବାଇଏନଏସ): ଜାତୀୟ ପଂଚାୟତ ପୁରସ୍କାର ୨୦୨୪-୨୫ ରାଶି ଆନୁକୂଲ୍ୟରେ ଛତ୍ରପୁର ପଂଚାୟତ ସମିତି ପକ୍ଷରୁ ଆର୍ଯ୍ୟପଲ୍ଲୀ ଗ୍ରାମ ପଂଚାୟତ ର ସାନଆର୍ଯ୍ୟପଲ୍ଲୀ ଗ୍ରାମ ସ୍ଥିତ ଓଁକାରେଶ୍ଵର ମନ୍ଦିର ସମ୍ମୁଖରେ ଭଣ୍ଡାରୀ ସମାଜ ର କୋଠ ଘର ନିର୍ମାଣ ସକାଶେ ଆଜି ଭିତ୍ତି ପ୍ରସ୍ଥର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ଏହାକୁ ଛତ୍ରପୁର ପଂଚାୟତ ସମିତି ଅଧ୍ୟକ୍ଷା କିରଣ କୁମାରୀ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନଡ଼ିଆ ଭାଙ୍ଗି ଭିତ୍ତି ପ୍ରସ୍ଥର ଫଳକ କୁ ଉନ୍ମୋଚନ କରିଛନ୍ତି, ଏହି ଅବସର ରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ମୁନା ଦାସ, ଆର୍ଯ୍ୟପଲ୍ଲୀ ସରପଞ୍ଚ ତ୍ରିଲୋଚନ ବେହେରା, ସମିତି ସଭ୍ୟା ଚୁମକୀ ସେଠି,ଶ୍ରୀରାମଚନ୍ଦ୍ରପୁର ସମିତି ସଭ୍ୟ ଏସ. ଚକ୍ରପାଣି ରେଡ୍ଡୀ, ସୁନ୍ଦରପୁର ସମିତି ସଭ୍ୟା ସୁଜ୍ଞାନୀ ସେଠି, ଲକ୍ଷ୍ମୀପୁର ସମିତି ସଭ୍ୟ ଏନ. ରମେଶ ରେଡ୍ଡୀ,ପୋଡାପଦର ସମିତି ସଭ୍ୟା, ଯୁବ ନେତା ଏନ.ମୁନା ପାତ୍ର, ଅଭିରାମ ପ୍ରଧାନ, ଗଙ୍ଗା ସେଠି, ଭଣ୍ଡାରୀ ସମାଜର ତେର ତାଲୁକା ସଭାପତି ଓ ସମ୍ପାଦକ ଙ୍କ ସମେତ ଜନସାଧାରଣ ମାନେ ଉପସ୍ଥିତ ଥିଲେ, ଏହି କୋଠ ଘର ନିର୍ମାଣ ସକାଶେ ଅଟକଳ ମୂଲ୍ୟ ୫ ଲକ୍ଷ ଟଙ୍କା ରଖଯାଇଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ