ଶାସଙ୍ଗରେ ବିଶ୍ୱଶାନ୍ତି ମହାଯଜ୍ଞରେ ଯୋଗଦେଲେ ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ
ହାଟଡିହି(ଓ୍ବାଇଏନଏସ): ହାଟଡିହି ବ୍ଲକ ଶାସଙ୍ଗ ଗ୍ରାମରେ ବିଶ୍ୱଶାନ୍ତି ମହାଯଜ୍ଞ ଚାଲୁ ରହିଛି। ତିନିଦିନ ଧରି ଚାଲୁଥିବା ଏହି ଯାଜ୍ଞ ଉତ୍ସବରେ ଆଜି ପଣ୍ଡିତ ପଦ୍ମନାଭ ପଣ୍ଡା, ଶଶିକାନ୍ତ ମିଶ୍ର, ନାରାୟଣ ଦିବେଦୀ, କୃପାସିନ୍ଧୁ ପାଢ଼ୀ ପ୍ରମୁଖଙ୍କ ବେଦମନ୍ତ୍ରରେ ସମଗ୍ର ଗ୍ରାମଟିରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଆଜି ସୂର୍ଯ୍ୟପୂଜା, ଧେନୁ ପୂଜା ପରେ ଗୀତା ଯଜ୍ଞ ଚାଲୁ ରହିଛି। ଆସନ୍ତା କାଲି ରୁଦ୍ରାଭିଷେକ, କରାଯିବା ସହିତ ପୂର୍ଣ୍ଣାହୁତୀ ପ୍ରଦାନ କରାଯିବାକୁ ଥିବାବେଳେ ଆଜି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଉପାଧ୍ୟକ୍ଷ ରତିକାନ୍ତ ରାଉତ ଙ୍କ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗଦେଇ ଘୃତାହୁତୀ ପ୍ରଦାନ କରିଥିଲେ।


